ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଭାରତୀୟ ଦିନିକିଆ ଟିମ୍ରେ ବୁମରାଙ୍କ ସ୍ଥାନରେ ମୁମ୍ବାଇର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଖେଳିବେ। ଟିମ୍ ଇଣ୍ଡିଆ ନିକଟରେ ଆର୍ୟାରଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ଖେଳୁଥିବା ସମୟରେ ବୁମରାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫଳରେ ତାଙ୍କୁ ଚଳିତ ଇଂଲଣ୍ଡ ଟି-୨୦ରୁ ବାଦ ଦିଆଯିବା ପରେ ଦିନିକିଆ ଦଳରୁ ମଧ୍ୟ ବାଦ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଭାରତ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ଇଂଲଣ୍ଡରେ ଖେଳିବ। ଅନ୍ୟପକ୍ଷରେ ବିସିସିଆଇ ଟିମ ଇଣ୍ଡିଆର ଗସ୍ତକୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ ଭାବେ ଦେଖିଛି। ଆସନ୍ତା ବର୍ଷ ଇଂଲଣ୍ଡରେ ବିଶ୍ୱକପ ଖେଳାଯିବ।
ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ୍:
ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, କେଏଲ୍ ରାହୁଲ, ଶ୍ରେୟସ ଆୟାରା, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟ୍-କିପର), ଦିନେଶ କାର୍ତ୍ତିକ, ଯୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମେଶ ଯାଦବ।
ବୁମରା ଖୁବ ଶୀଘ୍ର ଭଲ ହୋଇଯିବେ ବୋଲି ଟିମ୍ ଇଣ୍ଡିଆ ଆଶା କରୁଛି। କାରଣ ସେ ଭଲ ହୋଇଗଲେ ଟେଷ୍ଟ ଶୃଙ୍ଖଳାରେ ମ୍ୟାଚ ଖେଳିପାରିବେ। ବିସିସିଆଇ ମେଡିକାଲ ଟିମ୍ କହିଛି, ବୁମରାଙ୍କ ଚିକିତ୍ସା ଜୁଲାଇ ୪ରୁ ଲିଡସ୍ରେ ଚାଲିଛି। ଚିକିତ୍ସା ସଫଳ ହେବା ପରେ ସେ ଦଳକୁ ଫେରିବେ।