ମାଲିଙ୍ଗାଙ୍କ ପରି ବୋଲିଂ କରି ଚର୍ଚାରେ ସ୍ଲିଙ୍ଗା

କଲମ୍ବୋ: ସୀମିତ ଓଭର କ୍ରିକେଟ୍‌ରେ ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଗଣାଯାଉଥିବା ଲସିଥ ମାଲିଙ୍ଗା ଗତ ଜୁଲାଇରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ଗତ ସେପ୍ଟେମ୍ବର ୬ ତାରିଖରେ ‌ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ରେ ସେ ୪ ବଲ୍‌ରୁ ୪ ୱିକେଟ୍‌ ନେଇ ପୁଣି ଚର୍ଚିତ ହୋଇଥିଲେ। ତାଙ୍କର ବୋଲିଂ ‌ଶୈଳୀ, ଚୁଟି ସଜ୍ଜା ଏବଂ ୱିକେଟ୍‌ ପାଇଁ ଭୋକ ବହୁ ଯୁବ କ୍ରିକେଟର୍‌ଙ୍କୁ ଆକୃ‌ଷ୍ଟ କରିଥାଏ। ମାଲିଙ୍ଗାଙ୍କ ବୋଲିଂ ଶୈଳୀ ପରି ଅବିକଳ ବୋଲିଂ କରି ଏବେ ଚର୍ଚାକୁ ଆସିଛନ୍ତି ଶ୍ରୀଲଙ୍କାର ଜଣେ ୧୭ ବର୍ଷୀୟ ଦ୍ରୁତ ବୋଲର। କାଣ୍ଡିସ୍ଥିତ ତ୍ରିନିଟି କଲେଜ ପକ୍ଷରୁ ଖେଳୁଥିବା ମାଥିସା ପାଥିରାନା (ସ୍ଲିଙ୍ଗା) ନାମକ ଏହି ଯୁବକ ଜଣକ ମାଲିଙ୍ଗାଙ୍କ ପରି ୟର୍କର ପକାଇ ଏକ କଲେଜସ୍ତରୀୟ ମ୍ୟାଚ୍‌ରେ ୭ ରନ୍‌‌ ବିନିମୟରେ ୬ ୱିକେଟ୍‌ ଅକ୍ତିଆର କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ବୋଲିଂ ‌‌ଶୈଳୀର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପଇବା ପରେ ସବୁଆଡ଼େ ଚର୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର