ସ୍ବିସ୍‌ ଓପନ୍‌ ଫାଇନାଲ୍‌ରେ ସିନ୍ଧୁ

ବାସିଲ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଚଳିତ ସ୍ବିସ୍‌ ଓପନ୍‌ ବିଡବ୍ଲ୍ୟୁଏଫ୍‌ ସୁପର-୩୦୦ ପ୍ରତିଯୋଗିତାର ‌ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଶନିବାର ସେଣ୍ଟ୍‌ ଜାକବସେଲ ବାସିଲ ଏରିନାରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ସେ ୨୨-୧୦, ୨୧-୧୦ରେ ଡେନ୍‌ମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ପରାସ୍ତ କରିଥିଲେ। ବାସିଲ ଏରିନାରେ ସିନ୍ଧୁ ୨୦୧୯ ଅଗଷ୍ଟରେ ବିଶ୍ବ ବିଜୟିନୀ ହେବାର ଗୌରବ ଅର୍ଜନ କରିଥିଲେ। ଏହି ଷ୍ଟାଡିୟମ ପୁଣି ଥରେ ଆଉ ଏକ ଗୌରବ ପାଇବା ଲକ୍ଷ୍ୟରେ ରହିଛନ୍ତି ସେ । ୧୮ ମାସ ପରେ ୨୫ ବର୍ଷୀୟା ସିନ୍ଧୁଙ୍କ ଏହା ପ୍ରଥମ ଫାଇନାଲ୍‌। ତେବେ ଭାରତୀୟ ପୁରୁଷ ତାରକା କିଦାମ୍ବି ଶ୍ରୀକାନ୍ତ ସେମିଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ସେ ୧୩-୨୧, ୧୯-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନ୍‌ଙ୍କଠୁ ହାରି ଯାଇଛନ୍ତି।

ସମ୍ବନ୍ଧିତ ଖବର