ନୂଆଦିଲ୍ଲୀ: ଚଳିତ ଇଣ୍ଡିଆ ଓପନ୍ରେ ଭାରତୀୟ ମହିଳା ତାରକା ପିଭି ସିନ୍ଧୁଙ୍କ ସହ ପୁରୁଷ ଖେଳାଳି କିଦାମ୍ବି ଶ୍ରୀକାନ୍ତ, ବି ସାଇ ପ୍ରଣୀତ, ପରୁପଲ୍ଲୀ କାଶ୍ୟପ, ଏଚ୍ଏସ୍ ପ୍ରଣୟ କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ମହିଳା ଏକକ କ୍ବାର୍ଟର୍ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତା ସିନ୍ଧୁ ୨୧-୧୧, ୨୧-୧୩ରେ ହକଂର ଡେଙ୍ଗ୍ ଜୟ ଜୁଆନ୍ଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକରେ ତୃତୀୟ ମାନ୍ୟତା ଶ୍ରୀକାନ୍ତ ୨୧-୧୧, ୨୧-୧୬ରେ ଚୀନ୍ର ଲୁ ଗୁଆଙ୍ଗ୍ଜୁଙ୍କୁ, ପ୍ରଣୀତ ୧୮-୨୧, ୨୧-୧୬, ୨୧-୧୫ରେ ପଞ୍ଚମ ମାନ୍ୟତା ନିଜ ଦେଶର ସମୀର ବର୍ମାଙ୍କୁ, କାଶ୍ୟପ ୨୧-୧୧, ୨୧-୧୩ରେ ଥାଇଲାଣ୍ଡର ତାନୋଙ୍ଗସାକ ସାଏନୋମବୁନ୍ସୁକ୍ଙ୍କୁ, ପ୍ରଣୟ ୨୧-୧୯, ୨୦-୨୨, ୨୧-୧୭ରେ ଡେନ୍ମାର୍କର ଜାନ୍ ଓ’ଜର୍ଗେନ୍ସେନ୍ଙ୍କୁ ହରାଇଥିଲେ। ଭାରତୀୟ ମହିଳା ଯୁଗଳ ଯୋଡ଼ି ଅଶ୍ବିନୀ ପୋନାପ୍ପା ଓ ଏନ୍ ସିକ୍କି ରେଡ୍ଡୀ ୨୧-୧୮, ୨୧-୧୫ରେ ଚୀନ୍ର ଚେନ୍ ସିଆଓଫେଲ ଓ ଝୌ ଚାଓମିନ୍ଙ୍କୁ ଏବଂ ଅର୍ପନା ବାଲାନ ଓ ସୃତି କେପି ୨୧-୧୯, ୭-୨୧, ୨୧-୧୯ରେ ହଂକଂର ଏନ୍ଜି ୱିଙ୍ଗ୍ ୟୁଙ୍ଗ୍ ଓ ୟିଙ୍ଗ୍ ଙ୍ଗାତିଙ୍ଗ୍ଙ୍କୁ ମାତ୍ ଦେଇ କ୍ବାର୍ଟର୍ ଫାଇନାଲ୍ରେ ପହଞ୍ଚିଥିଲେ। ପୁରୁଷ ଯୁଗଳରେ ପ୍ରଣବ ଜେରି ଚୋପ୍ରା-ଶିବମ ଶର୍ମା ୨୧-୧୫, ୨୧-୧୧ରେ ନିଜ ଦେଶର ଅନିରୁଦ୍ଧ ମାୟେକର-ବିନୟ କୁମାର ସିଂହଙ୍କୁ ଏବଂ ଷଷ୍ଠ ମାନ୍ୟତା ମନୁ ଅତ୍ରି-ବି ସୁମିତ ରେଡ୍ଡୀ ୨୫-୨୩, ୨୧-୧୮ରେ ଚୀନର ହୁଆଙ୍ଗ୍ କାଇଜିଆଙ୍ଗ୍-ୱାଙ୍ଗ ଝେଙ୍ଗଙ୍କୁ ପରାସ୍ତ କରି କ୍ବାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଥିଲେ।