୮ବର୍ଷ ପୂର୍ବର ଭବିଷ୍ୟବାଣୀ ସତ ହେଲା ! ବାସ୍କେଟ ବଲ୍ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ ହେଲିକପ୍ଟର ଦୁର୍ଘଟଣାରେ ହେବ ବୋଲି ଟ୍ବିଟ୍ କରିଥିଲେ ଜଣେ ବ୍ୟବହାରକାରୀ
ନୂଆଦିଲ୍ଲୀ: ରବିବାର ଦିନ ଆମେରିକାର ଲସ୍ ଏଞ୍ଜେଲସ୍ରେ ବାସ୍କେଟ ବଲ୍ କିମ୍ବଦନ୍ତୀ କୋବି ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପାହଡ଼ରେ ଧକ୍କା ଖାଇ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ମଧ୍ୟ ପ୍ରାଣ ହରାଇଥିବା ବେଳେ ବିମାନ ଭିତରେ ଥିବା ଅନ୍ୟ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିଲା। ତେବେ ୮ବର୍ଷ ପୂର୍ବରୁ କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ ହେଲିକପ୍ଟର ଦୁର୍ଘଟଣାରେ ହେବ ବୋଲି ଜଣେ ଟୁଇଟର ବ୍ୟବହାରକାରୀ ଭବିଷ୍ୟବାଣୀ କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
Kobe is going to end up dying in a helicopter crash
— .Noso (@dotNoso) November 13, 2012
ଟୁଇଟର ବ୍ୟବହାରକାରୀ .ନୋସୋ ନଭେମ୍ବର ୧୪, ୨୦୧୨ରେ ଟୁଇଟ୍ କରି କୋବି ବ୍ରାଏଣ୍ଟଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ। ଟୁଇଟ୍ କରି, କୋବି ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବେ ବୋଲି ଲେଖିଥିଲେ .ନୋସୋ। .ନୋସୋଙ୍କ ଏଭଳି ଟୁଇଟ୍ ଏବେ ସାମ୍ନାକୁ ଆସିବା ପରେ କିଛି ଏହାକୁ ସମାଲୋଚନା କରୁଥିବା ବେଳେ କିଛି ତାଙ୍କୁ ଅନ୍ୟ ବିଷୟ ଉପରେ ଭବିଷ୍ୟବାଣୀ କରିବା ପାଇଁ ଅନୁରୋଧ କରିଛନ୍ତି।
Fuck. I’m sorry… Fuck fuck fuck
— .Noso (@dotNoso) January 26, 2020
ତେବେ ନିଜର ଭବିଷ୍ୟବାଣୀ ସତ ହୋଇ ଯାଇଥିବା ଜାଣି ନିଜେ .ନୋସୋ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଏଭଳି ଲେଖୁ ଲେଖୁ ଲେଖି ଦେଇଥିଲେ। ଏଭଳି କିଛି ୮ବର୍ଷ ପରେ ଘଟିବ ବୋଲି ସେ ଜାଣି ନଥିଲେ। ତାଙ୍କ ଭବିଷ୍ୟବାଣୀ କିଭଳି ସତ ହୋଇଗଲା ଭାବି ଟୁଇଟ୍ କରି କ୍ଷମା ମାଗିଛନ୍ତି .ନୋସୋ।