ସୋମନାଥପୁର କପ୍‌ ସେମିରେ ରାମେଶ୍ୱର

ଭୁବନେଶ୍ୱର: ଅନୁଗୁଳଠାରେ ଚାଲିଥିବା ଏକାଦଶ ସୋମନାଥପୁର କ୍ରିକେଟ୍‌ କପ୍‌ରେ ସୋମବାର ଝାରସୁଗୁଡ଼ାର ପ୍ରଗ୍ରେସିଭ୍‌ କ୍ରିକେଟ୍‌ କ୍ଲବ୍‌କୁ ୪୫ ରନରେ ପରାସ୍ତ କରି ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛି। ରାମେଶ୍ୱର ୨୫ ଓଭରରେ ୯ ଓ୍ଵିକେଟ୍‌ ବିନିମୟରେ ୧୨୦ ରନ୍‌ କରିଥିଲା। ବିଶ୍ୱଜିତ୍‌ ଭୂୟାଁ ୩୧, କୁନାଲ ମଲ୍ଲିକ ୩୩, ବିଶ୍ୱଜିତ୍‌ ମଲ୍ଲିକ ୧୫ ରନ୍‌ କରିଥିଲେ। ଜବାବରେ ଝାରସୁଗୁଡ଼ା ଦଳ ୧୭.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୭୫ ରନ୍‌ କରିଥିଲା। ସୁମିତ ଶର୍ମା ସର୍ବାଧିକ ୨୫ ରନ୍‌ କରିଥିଲେ। ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା ୪ ଓଭର ବୋଲିଂ କରି ୩/୧୩ ଏବଂ ବିଶ୍ୱଜିତ୍‌ ମଲ୍ଲିକ ୨.୪ ଓଭର ବୋଲିଂ କରି ୩/୪ ପ୍ରଶଂସନୀୟ ବୋଲିଂ ଚିତ୍ର ପାଇଥିଲେ। ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଶ୍ୱଜିତ୍‌ ମଲ୍ଲିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର