କ୍ରୀଡ଼ା କଥନ

।ପୃଥ୍ବୀ ସ’ ଏବଂ ଋଷବ ପନ୍ତଙ୍କୁ କେହି ଡରାଇ ପାରିବେ ନାହିଁ। ସେମାନେ ନିର୍ଭିକ କ୍ରିକେଟ୍ ଖେଳୁଛନ୍ତି। ଆଗକୁ ମଧ୍ୟ ଏହି ଧାରା ବଜାୟ ରଖିବେ ବୋଲି ମୋର ବିଶ୍ବାସ। ଚଳିତ ଆଇପିଏଲରେ ସେମାନେ ଖେଳିଥିବା କେତେକ ସଟ୍ ମୋ ହୃଦୟକୁ ଛୁଇଁ ଯାଇଛି।
-ଭିଭିଆନ୍ ରିଚାର୍ଡସ, ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର
। କୋହଲି ସହଜ ଜ୍ଞାନ ଉପରେ ନିର୍ଭରଶୀଳ। ବିଜୟ ପାଇଁ ତାଙ୍କ ଉତ୍ସାହ, ଭୋକ ଏବଂ ଶକ୍ତି ଭିନ୍ନ ସ୍ତରର। ହେଲେ ଯେ କୌଣସି ପରାମର୍ଶକୁ ସେ ସ୍ବାଗତ କରନ୍ତି। ତାଙ୍କ ସହ ଆଲୋଚନା ସବୁବେଳେ ଦ୍ବିପାକ୍ଷିକ ‌ହୋଇଥାଏ।
-ଡାନିଏଲ୍ ଭିଟୋରି, ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶିକ୍ଷକ
। ୧୫ ବର୍ଷର କ୍ରିକେଟ୍ ଜୀବନ ଅପେକ୍ଷା ୧୫ ଘଣ୍ଟାର ରାଜନୀତିରେ ଅଧିକ ଅଭିଯୋଗର ସମ୍ମୁଖୀନ ‌ହେଲିଣି। ମୋତେ କିଏ କଣ କହୁଛନ୍ତି କିଛି ବୁଝି ହେଉନି।
-ଗୌତମ ଗମ୍ଭୀର, ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ପୂର୍ବ ଦିଲ୍ଲୀରୁ ବିଜେପି ପ୍ରାର୍ଥୀ

ସମ୍ବନ୍ଧିତ ଖବର