ଖେଳାଳିଙ୍କ ଆର୍ଟ ଅଫ୍‌ ଗିଭିଙ୍ଗ୍‌

ଭୁବନେଶ୍ୱର: ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ମାନସପୁତ୍ର ‘ଆର୍ଟ ଅଫ୍‌ ଗିଭିଙ୍ଗ୍‌’ର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମରେ ମଧ୍ୟ ଗୁରୁବାର ରାଜ୍ୟର ଏକାଧିକ ଖେଳାଳି ସାମିଲ ହୋଇଥିଲେ। କେବଳ ସାମିଲ ନୁହେଁ ନେତୃତ୍ୱ ନେଇ ନୂଆ ପରମ୍ପରା ସୃଷ୍ଟି କରିଥିଲା। ପୁରୁଣା ଭୁବନେଶ୍ୱରର ପଳାସପଲ୍ଲୀସ୍ଥିତ ବଡିବିଲ୍‌ଡର ଶୁଭକାନ୍ତ ମଲ୍ଲିଆ ଏବଂ କଟକରେ ଜାତୀୟସ୍ତରୀୟ ମହିଳା ଫୁଟ୍‌ବଲ୍‌ର ରେଶ୍ମା ବେଗମ୍‌ଙ୍କ ତତ୍ୱାବଧାନରେ ଏଭଳି ଦେବାର ଆନନ୍ଦ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପଳାସପଲ୍ଲୀ ଭିନ୍ନକ୍ଷମ ସଂଘ ପରିସର କାର୍ଯ୍ୟକ୍ରମରେ ଉମାକାନ୍ତ ଷଡ଼ଙ୍ଗୀ, ଅବଦୁଲ୍‌ ମଜିଦ୍‌, ଅବସରପ୍ରାପ୍ତ ଅବକାରୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ତ୍ରିନାଥ ନାୟକ, ଅମର ନାୟକ, ସନ୍ତୋଷ ବେହେରା, ସୁରେଶ ବେହେରା ସାମିଲ ଥିଲେ। ସେହିଭଳି କଟକର ତିନିକୋଣିଆ ଛକରେ ବସ୍ତିପିଲାଙ୍କ ସହିତ ଏକତ୍ର ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ ରେଶ୍ମା ବେଗମ୍‌। ଆଇନଜୀବୀ ଏସ୍‌ଏମ୍‌ ଅନସାରୀ ଅତିଥି ଥିଲେ। ଉଭୟ ଉତ୍ସବରେ ଦରିଦ୍ର ଓ ଭିନ୍ନକ୍ଷମ ପିଲାଙ୍କ ଗହଣରେ ଅତିଥି ଓ ଆୟୋଜକ ମିଳିତ ମଧ୍ୟାହ୍ନ ଭୋଜନ କରି ଆର୍ଟ ଅଫ୍‌ ଗିଭିଙ୍ଗ୍‌ର ମହନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମର ଶୀର୍ଷକ ଥିଲା ‘ପ୍ୟାର୍‌ ଭରା ପ୍ୟାକ୍‌, ଶ୍ରଦ୍ଧାର ଭୋଜନ’।

ସମ୍ବନ୍ଧିତ ଖବର