ରାଜ୍ୟ ସୋଟୋକାନ୍‌ କରାଟେ ଉଦ୍‌ଘାଟିତ

କଟକ: ଡ୍ରିମ୍‌ସ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଚତୁର୍ଥ ରାଜ୍ୟ ସୋଟୋକାନ୍‌ କରାଟେ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। ବିଭିନ୍ନ ବର୍ଗରେ ପ୍ରାୟ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାକୁ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ପ୍ରଶାସନିକ ନିର୍ଦେଶକ ବଳରାମ କର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ କ୍ରୀଡା ନିର୍ଦେଶକ ନବକିଶୋର ମିଶ୍ର, ପଲିଟେକ୍‌ନିକର ଏକାଡେମିକ୍‌ ନିର୍ଦେଶକ ପ୍ରାଧ୍ୟାପକ ଲୋକନାଥ ବେହେରା, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ୱିବେଦୀ ଯୋଗଦେଇଥିଲେ। ଜାତୀୟ ସୋଟୋକାନ କରାଟେ ମହାସଂଘର ଅଧ୍ୟକ୍ଷ ନିତାଇ ଶଙ୍କର ଗୁଇଁ, ସଂପାଦିକା ନର୍ମଦା ଗୁଇଁଙ୍କ ସମେତ ସଂଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ। ଡ୍ରିମ୍ସ ଲୋକ ସଂପର୍କ ଅଧିକାରୀ ନିରାକାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଥମ ଦିନ ୫ରୁ ୧୦ ବର୍ଷ ବର୍ଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର