ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ପାଇଁ ଖୋର୍ଧା ଦଳ

ଭୁବନେଶ୍ୱର: ଆସନ୍ତା ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ସୁନ୍ଦରଗଡ଼ଠାରେ ୬୫ତମ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ ବୁଧବାର ୨୩ ଜଣିଆ ଖୋର୍ଧା ଦଳ ଚୟନ କରାଯାଇଛି। ଦଳରେ ୧୪ ବାଳିକା ଓ ୯ ବାଳିକା ସାମିଲ ଅଛନ୍ତି। ବାଳିକା ଦଳରେ ଝିଲ୍ଲୀ ଦଳବେହେରା, ବୀଣା ସୋରେନ୍‌, ଶାନ୍ତି କବାସୀ, ଯୁବତୀ ଦେହୁରୀ, ରସିତା ରଣସିଂ, ଦେବକୀ ଖିଲ, ସଂବାରୀ ସାମାଦ୍‌, ରଞ୍ଜିତା ମାଝୀ, ଅପରାଜିତା ଭୂୟାଁ, ଏସ୍‌ ବି ଚନ୍ଦନା, ବବିନା ନାଏକ, ମୋନାଲି ସାହୁ, ଅନୁଷ୍କା ପ୍ରିୟଦର୍ଶିନୀ ଓ ଶୁଭସ୍ମିତା ମହାନ୍ତି ସ୍ଥାନ ପାଇଥିଲା ବେଳେ ବାଳକ ଦଳରେ ଶିଖର ହାଁସ୍‌ଦା, ନମିତ ପ୍ରଧାନ, ସୁଶାନ୍ତ କୁମାର ହେମ୍ବ୍ରମ୍‌, ଉମାକାନ୍ତ ସେଠୀ, ଶକ୍ତିପ୍ରସାଦ ସ୍ୱାଇଁ, ପ୍ରକାଶ କୁମାର ବେହେରା, ଲଲିତ କୁମାର ସାହୁ, ରଞ୍ଜନ କୁମାର ସାହୁ ଓ ସୁବ୍ରତ କୁମାର ଦାସ ସାମିଲ ଅଛନ୍ତି। ଦଳ ସହିତ ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ଚନ୍ଦ୍ରଶେଖର ସାହୁ, ପି ଧର୍ମାରାଓ, କୃଷ୍ଣଚନ୍ଦ୍ର ସାହୁ ଓ ଶୁଭକାନ୍ତ ମଲିଆ ଆସନ୍ତାକାଲି ସୁନ୍ଦରଗଡ଼ ଯାଉଥିଲା ବେଳେ ଡା. ହରିପ୍ରସାଦ ପଟ୍ଟନାୟ ଓ ଇଂ ଚିତ୍ତରଞ୍ଜନ ସ୍ୱାଇଁ ଅଧିକାରୀ ରହିଛନ୍ତି।

ସମ୍ବନ୍ଧିତ ଖବର