ରାଜ୍ୟ ମାନ୍ୟତା ଟିଟି ଉଦ୍‌ଯାପିତ, ଶ୍ବେତପଦ୍ମାଙ୍କୁ ତ୍ରିମୁକୁଟ

ଭୁବନେଶ୍ବର: ଓଡ଼ିଶା ଟେବୁଲ ଟେନିସ ସ˚ଘ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୁଲିସ୍‌ ଇନ୍‌ଡୋର ହଲ୍‌ରେ ଆୟୋଜିତ ଚତୁର୍ଥ ଆର‌୍‌ଏନ୍‌ ସି˚ହଦେଓ ସ୍ମାରକୀ ରାଜ୍ୟ ମାନ୍ୟତା ଟେବୁଲ ଟେନିସ ପ୍ରତିଯୋଗିତା ‌ସୋମବାର ଉଦ୍‌ଯାପିତ ହୋଇଯାଇଛି। ଶ୍ବେତପଦ୍ମା ଦଳାଇ ମହିଳା, କନିଷ୍ଠ ଓ ଉପକନିଷ୍ଠ ବାଳିକାରେ ବିଜେତା ହୋଇ ତ୍ରିମୁକୁଟ ହାସଲ କରିଥିଲେ। ମହିଳା ବର୍ଗ ଫାଇନାଲ୍‌‌ରେ ସେ ୪-୧ରେ ମୟୂରୀ ଚାଟାର୍ଜୀଙ୍କୁ, କନିଷ୍ଠ ବାଳିକାରେ ୟୋଶିତା ଜାମୁଲାଙ୍କୁ ୪-୨ରେ ଏବଂ ଉପକନିଷ୍ଠରେ ସୁଶ୍ରୀ ପଟ୍ଟନାୟକଙ୍କୁ ୪-୦ରେ ହରାଇଥିଲେ। ପୁରୁଷ ବର୍ଗରେ ମହମ୍ମଦ ଆଝାର ୪-୦ରେ ସ୍ନେହାନୟ ମଲ୍ଲିକଙ୍କୁ ଏବଂ କ୍ୟାଡେଟ୍‌ ବାଳକରେ ଆନିନ୍ଦ୍ୟ ଅନୁପମ ଦାସ ୩-୨ରେ ଅର୍ଚିତ ବେହେରାଙ୍କୁ ହରାଇ ଟ୍ରଫି ଜିତିଥିଲେ। ଯୁବ ବାଳକରେ ରୋହିତ ହଳଧର ୩-୧ରେ ସୁଦୀପ କୁମାର ବେହେରାଙ୍କୁ, କନିଷ୍ଠ ବାଳକରେ ମୋହିତ ବେହୁରିଆ ୪-୨ରେ ଅବିନାଶ ତ୍ରିପାଠୀଙ୍କୁ ଏବଂ ଉପକନିଷ୍ଠ ବାଳକରେ ଆନିନ୍ଦ୍ୟ ଅନୁପମ ଦାସ ୪-୨ରେ ଅଙ୍କୁର ବିଶ୍ବାଳଙ୍କୁ ପରାସ୍ତ ବିଜେତା ହେବାର ଗୌରବ ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂହଦେଓ, ଆଡିସନାଲ୍‌ ଏସ୍‌ପି ସୁବାଷ ଚନ୍ଦ୍ର ଜମାଦାର, ‌ହୋମଗାର୍ଡର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୁମୁଦ ସେଠୀ, ଓଡ଼ିଶା ରାଜ୍ୟ ଟେବୁଲ୍‌ ଟେନିସ ସଂଘ କୋଷାଧ୍ୟକ୍ଷ ନିହାର ରଂଜନ ମିଶ୍ର, ବଲାଙ୍ଗୀର ଜିଲ୍ଲା ଟିଟି ସଂଘ ସମ୍ପାଦକ ସୁମିତ ରଂଜନ ପୁରୋହିତ ‌ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ରେଫରି କେଏସ୍‌ଏନ୍‌ ମୂର୍ତ୍ତିଙ୍କ ତତ୍ବାବଧାନରେ ତପନ ଖା, ବିଜନ ଦାସ ମହାପାତ୍ର, ସୁଜିତ କୁମାର ରାୟ, ଏମ୍‌ ଚିନ୍ନା ରାଓ ମ୍ୟାଚ୍‌ଗୁଡ଼ିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର