ଭାରତ-ଅଷ୍ଟ୍ରେଲିଆ ଟି-୨୦: ଟସ୍‌ ଜିଣି ଫିଲ୍‌ଡିଙ୍ଗ୍‌ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି

କାନବେରା: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ମାନୁକା ଓଭାଲ୍‌ରେ ଆରମ୍ଭ ହେଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ଫିଲ୍‌ଡିଙ୍ଗ୍‌ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଦିନ ୧: ୧୦ରେ ପଡ଼ିଥିବା ଟସ୍‌ ଅଷ୍ଟ୍ରେଲୀୟ କ୍ୟାପ୍‌ଟେନ୍‌ ଆରୋନ୍‌ ଫିଞ୍ଚ୍‌ଙ୍କ ସପକ୍ଷରେ ଯାଇଥିଲା।

ଏହି ପ୍ରତୀକ୍ଷିତସିରିଜରେ ଉଭୟ ଦଳ ତିନିଟି ମ୍ୟାଚ୍ ଖେଳିବେ। କୋଭିଡ୍-୧୯ ସଙ୍କଟ ପାଇଁ ଦୀର୍ଘ ୯ ମାସ ପରେ ଖେଳିଥିବା ଏକଦିବସୀୟ ଶୃଙ୍ଖଳାକୁ ୧-୨ରେ ହାରିଥିଲେ ମଧ୍ୟ ଶେଷ ମ୍ୟାଚ୍‌କୁ ଜିତି ଭାରତ ଆତ୍ମବିଶ୍ବାସର ସହ ଟି-୨୦ ଶୃଙ୍ଖଳାକୁ ଆସିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ଜିତିବା ଆଶାରେ ରହିଛି। ଦିନିକିଆରେ ବିକଳ୍ପର ଅଭାବ ପାଇଁ ଚିନ୍ତାରେ ଥିବା ଭାରତ ପାଖରେ କିନ୍ତୁ ଟି-୨୦ରେ ଭିନ୍ନ ଭିନ୍ନ ଭୂମିକା ତୁଲାଇ ପାରୁଥିବାର ବହୁ ଦକ୍ଷ ଖେଳାଳି ରହିଛନ୍ତି।

Image Courtesy of BCCI Tweet

ଭାରତୀୟ ଏକାଦଶ : କେଏଲ୍‌ ରାହୁଲ (ଉଇକେଟ୍‌ ରକ୍ଷକ), ଶିଖର ଧାଓ୍ଵନ, ବିରାଟ କୋହଲି (ଅଧିନାୟକ), ମନୀଷ ପାଣ୍ଡେ, ସଞ୍ଜୁ ସାମ୍‌ସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଓ୍ଵାସିଂଟନ୍‌ ସୁନ୍ଦର, ଦୀପକ ଚହର, ମହମ୍ମଦ ଶାମି ଏବଂ ଟି-୨୦ରେ ଡେବ୍ୟୁ କରୁଥିବା ଟି ନଟରାଜନ୍।

ଅଷ୍ଟ୍ରେଲିଆ ଏକାଦଶ : ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଡି’ଆର୍କି ସର୍ଟ, ମାଥ୍ୟୁ ଓ୍ଵାଡେ, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ମୋଜେସ୍‌ ହେନ୍‌ରିକ୍ୟୁଜ୍‌, ସିନ୍‌ ଆବୋଟ୍‌, ମିଚେଲ୍‌ ଷ୍ଟାର୍କ, ମିଚେଲ୍‌ ସ୍ୱେପ୍‌ସନ୍‌, ଆଦାମ ଜାମ୍ପା ଏବଂ ଜୋସ୍‌ ହେଜେଲ୍‌ଉଡ୍‌।

ସମ୍ବନ୍ଧିତ ଖବର