ମିତାଲିଙ୍କ ଆତ୍ମଜୀବନୀରେ ନଜର ଆସିବେ ତାପସୀ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳର ଦିନିକିଆ ଅଧିନାୟିକା ମିତାଲି ରାଜ୍‌ଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଥିବା ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନୁଙ୍କୁ ଦେଖିବାକୁ ମିଳିବ। ତାପସୀ ନିଜେ ଏହି ଘୋଷଣା କରିଛନ୍ତି। ମଙ୍ଗଳବାର ମିତାଲିଙ୍କ ଜନ୍ମ ଦିନରେ ତାପସୀ ତାଙ୍କୁ ଟ୍ବିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ମିତାଲିଙ୍କ ଆତ୍ମଜୀବନୀରେ ଅଭିନୟ କରିବା ନେଇ ବେଶ୍ ଉତ୍ସାହିତ ଥିବା ଏବଂ କ୍ରିକେଟ୍ ପ୍ୟାଡ୍ ଓ ଗ୍ଲୋଭ୍ସ ପିନ୍ଧି ଛକା ଚୌକା ମାରିବାକୁ ପ୍ରସ୍ତୁତ ଥିବା ଲେଖିଛନ୍ତି। ଚଳଚ୍ଚିତ୍ରର ନାଁ ‘ସାବାସ ମିଥୁ’ ‌ରଖା ଯାଇଛି। ତାପସୀ ମଧ୍ୟ ଗୁଜରାଟର ରଶ୍ମି ନାମକ ଜଣେ ଧାବିକାଙ୍କ ଉପରେ ନିର୍ମାଣ ହେବାକୁ ଥିବା ‘ରଶ୍ମି ରକେଟ୍’ ନାମକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ନିକଟରେ ଏହାର ମୋସନ ପିକ୍ଚର ଉନ୍ମୋ‌ଚିତ ହୋଇଛି। କିଛି ଦିନ ତଳେ ଦୁଇ ଜଣ ବୟସ୍କ ମହିଳା ବନ୍ଧୁକ ଚାଳକଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବା ‘ସାଣ୍ଢ୍ କି ଆଁଖ୍’ ଚଳଚ୍ଚିତ୍ରରେ ବି ତାପସୀ ଉକୃଷ୍ଟ ଅଭିନୟ କରିଥିଲେ। ଯାହାକୁ ତାଙ୍କ ପ୍ରଶଂସକ ‌ବେଶ୍ ପସନ୍ଦ କରିଥିଲେ।

ସମ୍ବନ୍ଧିତ ଖବର