ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା: ଶିଖର ଧାୱନ ଅଧିନାୟକ, ବରିଷ୍ଠଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆର ଟି-୨୦ ଶୃଙ୍ଖଳା ଜାରି ରହିଥିବା ‌ବେଳେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଦିନିକିଆ ଶୃଙ୍ଖଳା ପାଇଁ ଟିମ୍‌ ଘୋଷଣା କରିଛି। ଟି-୨୦ ଶୃଙ୍ଖଳା ପରେ ଦଳ ଦକ୍ଷିଣ ଆଫ୍ରିକା ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ।  ଟି-୨୦ ବିଶ୍ୱକପ୍ ପୂର୍ବରୁ ହେଉଥିବା ଏହି ଶୃଙ୍ଖଳାରେ ଶିଖର ଧାୱନ ଟିମ୍‌ ଇଣ୍ଡିଆର ନେତୃତ୍ବ ନେବେ। ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏଥି ସହିତ ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି। ଆସନ୍ତା ୬ ତାରିଖରୁ ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ ।

-ପ୍ରଥମ ଦିନିକିଆ – ଅକ୍ଟୋବର ୬ ତାରିଖ, ଲକ୍ଷ୍ନୌ
-ଦ୍ୱିତୀୟ ଦିନିକିଆ – ଅକ୍ଟୋବର ୯ ତାରିଖ, ରାଞ୍ଚି
-ତୃତୀୟ ଦିନିକିଆ – ଅକ୍ଟୋବର ୧୧ ତାରିଖ, ଦିଲ୍ଲୀ

 

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍ ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବାହାରିବ। ଅକ୍ଟୋବର ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଶେଷ ହେବ । ତେଣୁ ବିଶ୍ୱକପକୁ ଆଖି ଆଗରେ ରଖି ଏହି ଦଳ ଘୋଷଣା କରାଯାଇଛି । ଯେଉଁଥିରେ କି ନବାଗତମାନଙ୍କୁ ଅଧିକ ସୁଯୋଗ ଦିଆଯାଇଛି ।

ସମ୍ବନ୍ଧିତ ଖବର