ଲର୍ଡସ୍‌ରୁ ସ୍ଥାନାନ୍ତର ହୋଇପାରେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ଫାଇନାଲ୍

ଲଣ୍ଡନ: ବ୍ରିଟେନ୍‌କୁ କୋଭିଡ୍-୧୯ ମହାମାରୀ ପୁନର୍ବାର ଗ୍ରାସ କରିବା ପରେ ଐତିହାସିକ ଲର୍ଡସ ପଡ଼ିଆରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ଫାଇନାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଆଇସିସି ବିଚାର କରୁଛି। ଫାଇନାଲ୍ ଜୁନ୍ ମାସରେ ଖେଳାଯିବାକୁ ଥିବା ବେଳେ ଖୁବଶୀଘ୍ର ନୂଆ ଷ୍ଟାଡିୟମ୍‌ର ନାଁ ଘୋଷଣା କରାଯିବ। ଏକଥା ଆଇସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସହ ଆଲୋଚନା ପରେ ନିଆଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନ୍ୟୁଜିଲାଣ୍ଡ ପୂର୍ବରୁ ପ୍ରଥମ ଥର ଖେଳାଯିବାକୁ ଥିବା ଏହି ନିଆରା ପ୍ରତିଯୋଗିତାର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।

ସମ୍ବନ୍ଧିତ ଖବର