ଆଜିଠୁ ଜାତୀୟ ମହିଳା ଫୁଟ୍‌ବଲ୍‌

କଟକ: ମଙ୍ଗଳାବାରଠୁ କଟକର ତିନିଟି ପଡ଼ିଆରେ ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରଥମ ଦିନରେ ଓଡ଼ିଶାର ମୁକାବିଲା ଛତିଶଗଡ଼ ସହ ହେବ। ଏହି ମ୍ୟାଚ୍‌ ଅପରାହ୍ନ ସାଢ଼େ ୩ଟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଖେଳାଯିବ। ସେହିପରି ଏହି ପଡ଼ିଆରେ ସକାଳେ ହରିୟାଣା ଓ କର୍ଣ୍ଣାଟକ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ପଶ୍ଚିମ ବଙ୍ଗ ଓ ଆନ୍ଧ୍ରପ୍ରଦେଶ ଏବଂ ରେଳବାଇ ଓ ହିମାଚଳ ପ୍ରଦେଶ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅପରାହ୍ନରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଫାଓ ପକ୍ଷରୁ ଜଣାଯାଇଛି।

ସମ୍ବନ୍ଧିତ ଖବର