ବାହା ହେଲେ ଉନାଦକଟ୍‌

ନୂଆଦିଲ୍ଲୀ: ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦକଟ୍‌ ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କରୋନା ମହାମାରୀ ପୂର୍ବରୁ ତଥା ଗତବର୍ଷ ମାର୍ଚ୍ଚରେ ରିନ୍ନିଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା ବେଳେ ଏବେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି। ଏହି ରାଜସ୍ଥାନ ରୟାଲ୍‌ସ (ଆଇପିଏଲ୍‌) ଦ୍ରୁତ ବୋଲର ରିନ୍ନିଙ୍କ ସହ ଫଟୋକୁ ପୋଷ୍ଟ କରିଛନ୍ତି। ଘନିଷ୍ଠ ସଂପର୍କୀୟଙ୍କ ଗହଣରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଯାଇଛି। ଉନାଦକଟ୍‌ ୨୦୧୮ ଜାନୁଆରି ଆଇପିଏଲ୍‌ ନିଲାମରେ ସବୁଠୁ ଦାମି ଖେଳାଳି ଭାବେ ବିକ୍ରି ହୋଇଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍‌ସ ୧୧.୫ କୋଟି ଟଙ୍କାରେ କିଣିଥିଲା।

ସମ୍ବନ୍ଧିତ ଖବର