ଭେଟେରାନ୍‌ ମାରାଥନ୍ଦି, ଦିଲ୍ଲୀରେ ଦୁଃଖିଶ୍ୟାମଙ୍କ ଦମ୍

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ଭେଟେରାନ୍‌ ମାରାଥନ୍ ଧାବକଙ୍କ ମଧ୍ୟରେ ଶୀର୍ଷରେ ଥିବା ଦୁଃଖିଶ୍ୟାମ ପାଢ଼ୀ ଆଉ ଏକ ଅନ୍ତର୍ଜାତୀୟ ଇଭେଣ୍ଟକୁ ନିଜ ନାମରେ ଯୋଡ଼ିଛନ୍ତି। ଗତ ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହାଫ୍ ମାରାଥନ୍‌ରେ ଭାଗ ନେଇ ନିଜ ବର୍ଗରେ ଚତୁର୍ଥ ସ୍ଥାନରେ ରହି ଉଲ୍ଲେଖନୀୟ ସ୍ଥାନ ମଧ୍ୟ ଅର୍ଜନ କରିଛନ୍ତି। ୭୦ ବର୍ଷ ବୟସ ବର୍ଗରେ ଭ‌ାଗ‌ ନେଇଥିବା ଦୁଃଖିଶ୍ୟାମ ଏହି ୩୧ ଜଣଙ୍କ ମଧ୍ୟରେ ଚତୁର୍ଥରେ ରହିଥିଲେ। ୨୧ କିଲୋମିଟର୍‌ ବିଶିଷ୍ଟ ଏହି ପ୍ରଦ୍ୟୁଷିତ ପଥକୁ ସେ ୨ ଘଣ୍ଟା ୬ ମିନିଟ୍‌ ୪୦ ସେକେଣ୍ଡ୍‌ରେ ଶେଷ କରିଥିଲେ। ୨୦୧୬ ମସିହାରେ ମାରାଥନ ଦୁନିଆକୁ ଆସିଥିବା ଏହି ଗଞ୍ଜାମ ମୂଳଅଧିବାସୀ ଏ ପର୍ଯ୍ୟନ୍ତ ଦେଶ ଭିତରେ ୪୫ଟି ମାରାଥନ୍‌ରେ ଭାଗ ନେଇ ସାରିଛନ୍ତି। ପରବର୍ତୀ ୨ ବର୍ଷ ଭିତରେ ସେ ଏହାକୁ ୧୦୦ରେ ପହଞ୍ଚାଇବେ ବୋଲି ଲକ୍ଷ୍ୟ ରଖିଥିବା ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର