ଭିଡିଓ: କ୍ୟାଚ୍‌ ତ ଅନେକ ଦେଖିଥିବେ, କିନ୍ତୁ ଏଭଳି ବିରଳ ଦୃଶ୍ୟ ବୋଧେ ଦେଖି ନଥିବେ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ ବ୍ୟତୀତ ଅନ୍ୟ ଫର୍ମାଟରେ ମଧ୍ୟ ୨ ଜଣ ଖେଳାଳି କ୍ୟାଚ୍‌ ଧରିବା ବହୁ ଉଦାହରଣ ଦେଖିବାକୁ ମିଳିବ। ମାତ୍ର ଆପଣ ଏହି ଭିଡିଓରେ ଏକ ବିରଳ ଦୃଶ୍ୟ ଦେଖିବାକୁ ପାଇବେ। ଏଥିରେ ଜଣେ ଖେଳାଳି ବାଉଣ୍ଡ୍ରିରେ ଡେଇଁ କ୍ୟାଚ୍‌ ଧରିଛନ୍ତି, ମାତ୍ର ତାଙ୍କର ପାଦ ମାଟିକୁ ସ୍ପର୍ଶ କରି ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ଯେ ଖେଳାଳିଙ୍କ ପାଦ ମାଟିକୁ ଛୁଇଁବା ପୂର୍ବରୁ ବଲ ପଡ଼ିଆ ଭିତରକୁ ଫିଙ୍ଗି ଦେଇଛନ୍ତି ଏବଂ ବଲଟି ତଳେ ପଡ଼ିବା ପୂର୍ବରୁ ଅନ୍ୟ ଜଣେ ସାଥୀ ଖେଳାଳି କ୍ୟାଚ୍‌ ଧରିଛନ୍ତି। ଏହି ଛକା କ୍ୟାଚ୍‌ ଆଉଟ୍‌ କ୍ୟାଚ୍‌ରେ ପରିଣତ ହୋଇଛି।

ବିଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଖେଳାଳି ଏଭଳି ଦକ୍ଷତା ଦେଖାଇଛନ୍ତି କିନ୍ତୁ ଏହି ମାମଲାରେ ମହାରାଷ୍ଟ୍ରର ଋତୁରାଜ ଗାୟକଓ୍ଵାଡଙ୍କ ଏକ ସ୍ୱତନ୍ତ୍ର କ୍ୟାଚ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ପ୍ରଶଂସନୀୟ ପ୍ରଦର୍ଶନ ଦେଖାଇଛନ୍ତି।

ସୟଦ ମୁସ୍ତାକ ଅଲୀ ଟ୍ରଫିର ସୁପର ଲିଗ ଗ୍ରୁପ-ଏ ମୁକାବିଲାରେ ମହାରାଷ୍ଟ୍ର ଫିଲ୍ଡର ଋତୁରାଜ ଗାୟକଓ୍ଵାଡ ପ୍ରଶଂସନୀୟ ଫିଲ୍ଡିଂ କରିଛନ୍ତି। ସେ ଏଭଳି ଅଦ୍ଭୁତ କ୍ୟାଚ ନେଇ ରେଳବାଇର ବ୍ୟାଟସ୍‌ମ୍ୟାନ୍‌ ମଞ୍ଜିତ ସିଂହଙ୍କୁ ଆଉଟ୍‌ କରିଛନ୍ତି। ମଞ୍ଜିତ ସିଂହ ମ୍ୟାଚ୍‌ରେ ବିଶାଳ ଗିତେଙ୍କ ବଲ ଛକା ମାରିବାକୁ ଉଦ୍ୟମ କରିଥିଲେ ଏବଂ ଏଥିରେ ସଫଳ ହେବା ଭଳି ଦେଖାଯାଉଥିଲେ କିନ୍ତୁ ଲଙ୍ଗ୍‌ ଅଫ୍‌ରେ ଗାୟକଓ୍ଵାଡ ଲଗ ଅନ୍‌ ଆଡକୁ ଦୌଡ଼ି ବ୍ରାଉଣ୍ଡ୍ରି ଲାଇନ୍‌କୁ ଡେଇଁ କ୍ୟାଚ୍‌ ଧରି ନିଜର ସାଥୀ ଦିବ୍ୟାଙ୍ଗ ହିମଙ୍ଗକରଙ୍କ ଆଡକୁ ଫିଙ୍ଗିଛନ୍ତି। ହିମଙ୍ଗନେକର ୨ରୁ ୩ କଦମ ପଛକୁ ଯାଇ ସହଜରେ କ୍ୟାଚ୍‌ ଧରିଥିଲେ।

ସମ୍ବନ୍ଧିତ ଖବର