ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ: ପ୍ରଥମ ପାଳିରେ ଭାରତର ସ୍କୋର ୨୯୭ ରନ୍‌

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଦ୍ୱିତୀୟ ଦିନ ଶୁକ୍ରବାର ମଧ୍ୟାହ୍ଣ ଭୋଜନ ବିରତି ସୁଦ୍ଧା ୯୬.୪ ଓଭର ଖେଳି ସମସ୍ତ ଓ୍ଵିକେଟ ହରାଇ ୨୯୭ ରନ୍‌ କରିଛି। ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର ଭିଭିଆନ୍‌ ରିଚାର୍ଡ ଷ୍ଟାଡିୟମରେ ଗୁରୁବାର ଟସ୍‌ ଜିଣି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତୀୟ ଟିମ୍‌ ବ୍ୟାଟିଂ କରିଥିଲା।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ଟି ଓ୍ଵିକେଟ ହରାଇ ୨୦୩ ରନ କରିଥିଲା। ଟିମ୍‌ ଆଜି ଅବଶିଷ୍ଟାଂଶ ରନ୍‌ ସଂଗ୍ରହ କରିଛି। ଟିମ୍‌ ପାଇଁ ସର୍ବାଧିକ ରନ୍‌ ଯୋଡ଼ିଛନ୍ତି ଉପଅଧିନାୟକ ଆଜିଙ୍କ୍ୟ ରାହାଣେ। ରାହାଣେ ୧୬୩ଟି ବଲ ଖେଳି ୮୧ ରନ୍‌ ଯୋଡ଼ିଥିଲେ। ରବୀନ୍ଦ୍ର ଜାଦେଜା ୫୧ ରନ୍‌, ଲୋକେଶ ରାହୁଲ ୪୪ ରନ୍‌, ହନୁମା ବିହାରୀ ୩୨ ରନ୍‌, ଋଷଭ ପନ୍ତ ୨୪ ରନ୍‌ ଓ ଈଶାନ୍ତ ଶର୍ମା ୧୯ ରନ୍‌ ଯୋଡ଼ିଥିବା ବେଳେ ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ୱେଷ୍ଟଇଣ୍ଡିଜ ପାଇଁ କେମାର ରୋଚ୍‌ ୨୫ ଓଭର ବୋଲିଂ କରି ୬୬ ରନ୍‌ ଦେଇଛନ୍ତି। ସେ ୪ଟି ଓ୍ଵିକେଟ ନେଇଥିବା ବେଳେ ସାନ୍‌ନୋନ୍‌ ଗାବ୍ରିଏଲ୍‌ ୩ଟି ଓ୍ଵିକେଟ୍‌ ନେଇଛନ୍ତି। ରୋସ୍ତନ ଚେଚ୍‌ଙ୍କୁ ୨ ଓ ଅଧିନାୟକ ଜସନ୍‌ ହୋଲଡରଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଛି।

ସମ୍ବନ୍ଧିତ ଖବର