ୱିଙ୍ଗସ୍‌ ଫର‌୍‌ ଲାଇଫ୍‌ ୱାର୍ଲଡ୍‌ ରନ୍‌:ଏଥର ମୁଖ୍ୟ ଆକର୍ଷଣ କ୍ୟାଚର୍‌ କାର‌୍‌

ଭୁବନେଶ୍ବର: ସ୍ପାଇନାଲ କର୍ଡ ସମସ୍ୟାରେ ପୀଡ଼ିତ ଲୋକମାନଙ୍କ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଥିବା ୱିଙ୍ଗସ୍‌ ଫର ଲାଇଫ୍‌ ୱାର୍ଲଡ୍‌ ରନ୍‌ ଚଳିତ ବର୍ଷ ମେ’ ୫ରେ ଆୟୋଜନ କରାଯିବ। ଏହା କିଟ୍‌ ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର ମେନ୍‌ ଗେଟ୍‌ରୁ ଆରମ୍ଭ ହେବ। ଏହି ଦୌଡ଼ ଏହାର ଷଷ୍ଠତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ସ˚ସ୍କରଣରେ ଏକ ସ୍ବତନ୍ତ୍ର ପରିକଳ୍ପନା ସାମିଲ କରାଯାଇଛି। ତାହା ହେଉଛି କ୍ୟାଚର‌୍‌ କାର‌୍‌। ଏହି ବିଶ୍ବସ୍ତରୀୟ ଦୌଡ଼କୁ ଏହା ଅଧିକ ଆକର୍ଷଣୀୟ କରିବ। ଦୌଡ଼ର ଶେଷ ପର୍ଯ୍ୟାୟ ଆଡ଼କୁ କ୍ୟାଚର କାର‌୍‌ର ବେଗ ବଢ଼ିବ। ଏହି ଦୌଡ଼ରେ ମେ’ ୫ରେ ଦିନ ୧୧ଟା ବେଳେ ଆରମ୍ଭ ହେବ ଏବ˚ ଏହାର ଅଧ ଘଣ୍ଟା ପରେ ଅର୍ଥାତ ଦିନ ୧୧ଟା ୩୦ ମିନିଟ୍‌ ପରେ କ୍ୟାଚର‌୍‌ କାର‌୍‌ ଗଡ଼ିବା ଆରମ୍ଭ କରିବ। ଏହାକୁ ସବୁ ବର୍ଗର ଧାବକ ଉପଭୋଗ କରିପାରିବେ। ପ୍ରତି ଅଧ ଘଣ୍ଟାରେ କ୍ୟାଚର‌୍‌ କାର‌୍‌ର ବେଗ ଧୀରେ ଧୀରେ ବଢ଼ିବ। ଫଳରେ ଶେଷ ପ୍ରତିଯୋଗୀଙ୍କ ପାଇଁ ଏହାର ବେଗ ୬୫-୭୦ କିମି ପର୍ଯ୍ୟନ୍ତ ବଢ଼ିଯିବ ଯାହା ଦୌଡ଼କୁ ଆହୁରି ଆକର୍ଷଣୀୟ କରିପାରିବ। ଧାବକଙ୍କ ନାମ ଗ୍ଲୋବାଲ୍‌ ରେଜଲଟ୍‌ ଲିଷ୍ଟ୍‌ ବା ବିଶ୍ବ ଫଳାଫଳ ତାଲିକାରେ ପ୍ରଦର୍ଶିତ ହେବ। ଏହି ଦୌଡ଼ ପାଇଁ ପ˚ଜୀକରଣ କରିବା ନିମେନ୍ତେ ପରିଦର୍ଶନ କରନ୍ତୁ: http://www.wingsforlifeworldrun.com/in.en/
ପଞ୍ଜିକରଣ କରିବାର ସମୟ ଅପରାହ୍ନ ୪ଟା ୩୦ ମିନିଟ୍‌ ପରଠାରୁ ଆରମ୍ଭ ହେବ। ଦୌଡ଼ ଦିନ ଅର୍ଥାତ ମେ’ ୫ରେ ସମାନ୍ତରାଳ ଭାବେ ଭୁବନେଶ୍ବରରେ ଆପ୍‌ ରନ୍‌ ଆୟୋଜନ କରାଯିବ। ଏଥିପାଇଁ ପ˚ଜୀକରଣ କରିବା ନିମେନ୍ତେ ପରିଦର୍ଶନ କରନ୍ତୁ: https://www.wingsforlifeworldrun.com/in/en/app-run-mumbai ଏବ˚ ଏଥିରେ ଦାନ ଅର୍ଥ ସିଧାସଳଖ ସ୍ପାଇନାଲ୍‌ କର୍ଡ ଗବେଷଣା ପ୍ରକଳ୍ପରେ ପହଞ୍ଚିବ।

ସମ୍ବନ୍ଧିତ ଖବର