ବିଶ୍ୱକପ୍‌: ଆଫଗାନିସ୍ତାନକୁ ୨୩ ରନ୍‌ରେ ପରାସ୍ତ କଲା େଓ୍ଵଷ୍ଟଇଣ୍ଡିଜ

ଲିଡସ୍‌: ଆଇସିସି ବିଶ୍ୱକପ୍‌ର ୪୨ତମ ମ୍ୟାଚ୍‌ରେ ଗୁରୁବାର ଆଫଗାନିସ୍ତାନକୁ ୨୩ ରନ୍‌ରେ ପରାସ୍ତ କଲା େଓ୍ଵଷ୍ଟଇଣ୍ଡିଜ । ପ୍ରଥମ ଇନିସରେ ଆଫଗାନିସ୍ତାନକୁ େଓ୍ଵଷ୍ଟଇଣ୍ଡିଜ୍‌ ୩୧୨ ରନ୍‌ ଟାର୍ଗେଟ ଦେଇଥିଲା। ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନ ନର୍ଦ୍ଧାରିତ ଓଭରରେ ସମସ୍ତ ଓ୍ଵିକେଟ ୨୮୮ ରନ୍‌ କରିଥିଲା । ଆଫଗାନିସ୍ତାନ ସ୍କୋର ୫ ରନ୍‌ରେ ଅଧିନାୟକ ଗୁଲାବଦିନ ନାଇବଙ୍କୁ ହରାଇ ଥିଲା। ୬ଟି ବଲ ଖେଳି ୫ ରନ୍‌ କରିବା ପରେ କେମାର ରୋଚଙ୍କ ବଲ ଇଭିନ୍‌ ଲୁଇସଙ୍କୁ କ୍ୟାଚ୍‌ ଦେଇ ଗୁଲାବଦିନ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ରେ ଆଫଗାନିସ୍ତାନ ୧୩୩ ରନ୍‌ ଯୋଡ଼ିଥିଲା। ରସମତ ସାହା (୬୨ ରନ୍‌, ୭୮ ବଲ, ୧୦ ଚୌକା) ଓ ଇକରାମ ଅଲି ଏହି ରନ୍‌ କରିଥିଲେ। କାର୍ଲେସ ବ୍ରାଥେଓ୍ଵଟ୍‌ଙ୍କ ବଲରେ ରସମତ ଆଉଟ୍‌ ହୋଇଥିଲେ। ଇକରାମ ଅଲି (୮୬ ରନ୍‌, ୯୨ ବଲ, ୮ ଚୌକା) ଓ ନାଜିବୁଲା ଜରଦାନ ୩ୟ ଓ୍ଵିକେଟ୍‌ ପାଇଁ ୫୧ ରନ ଯୋଡ଼ିଥିଲେ। କ୍ରିସ୍‌ ଗେଲଙ୍କ ବଲରେ ଇକରାମ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ।

ସ୍କୋର ୧୯୪ ରନ୍‌ରେ ଆଫଗାନିସ୍ତାନ ୪ର୍ଥ ଓ୍ଵିକେଟ୍‌ ହରାଇଥିଲା। ନାଜିବୁଲ୍ଲା ଜରଦାନ ୩୮ଟି ବଲ ଖେଳି ୩୧ ରନ୍‌ କରିବା ପରେ ବ୍ରାଥେଓ୍ଵଟ୍‌ ଓ ହେଟମେୟରଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ସେହିପରି ୨୦୧ ରନ୍‌ରେ ଟିମ ୫ମ ଓ୍ଵିକେଟ୍‌ ଭାବେ ମହମ୍ମଦ ନାବିଙ୍କୁ ହରାଇଥିଲା। ନାବି ୬ଟି ବଲ ଖେଳି ୨ ରନ୍‌ କରି ରୋଚଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

ପ୍ରଥମ ଇନିସରେ େଓ୍ଵଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୩୧୧ ରନ୍‌ କରିଥିଲା। ଲିଡସ୍‌ରେ ଖେଳ ଜାରି ରହିଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିଣି ଟିମ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ତଥା ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲ୍‌ ୧୮ଟି ବଲ ଖେଳି ମାତ୍ର ୭ ରନ୍‌ କରିଥିଲେ। ଟିମ୍‌ ୨୧ ରନ୍‌ରେ ଗେଲଙ୍କୁ ହରାଇଥିଲା। ଦଉଲତ ଜରଦାନଙ୍କ ବଲ ଇକରାମ ଅଲିଙ୍କୁ କ୍ୟାଚ୍‌ ଦେଇ ଗେଲ ଆଉଟ୍‌ ହୋଇଥିଲେ।

ଇଣ୍ଡିଜ୍‌ ୨ୟ ଓ୍ଵିକେଟ ପାଇଁ ୮୮ ରନ୍‌ ସଂଗ୍ରହ କରିିଥିଲା। ଇଭିନ ଲୁଇସ୍‌(୫୮ ରନ୍‌) ଓ ସାଇ ହୋପ୍‌ (୭୭ ରନ୍‌) କରିଥିଲେ। ସିମରନ ହେଟ୍‌ମେୟର ୩୧ଟି ବଲ ଖେଳି ୩୯ ରନ, ନିକୋଲାସ ପୂରନ ୪୩ଟି ବଲ ଖେଳି ୫୮ ରନ୍‌, ଜସନ ହେଲଡର ୪୫ଟି ବଲ ଖେଳି ୩୪ ରନ୍‌ କରିଥିଲେ। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ କାର୍ଲୋସ ବ୍ରାଥେଓ୍ଵଟ୍‌ (୧୪) ଅନ୍ୟ ଦିନ ଭଳି ବ୍ୟାଟିଂ କରିଥିଲେ।

ଟିମ୍‌ ୨୧ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ସ୍କୋର ୧୦୯ ରନ୍‌ରେ ୨ୟ, ୧୭୪ ରନ୍‌ରେ ୩ୟ, ୧୯୨ ରନ୍‌ରେ ୪ର୍ଥ, ୨୯୭ ରନ୍‌ରେ ୫ମ ଓ ୬ଷ୍ଠ ଓ୍ଵିକେଟ୍‌ ପଡ଼ିଥିଲା। ଆଫଗାନିସ୍ତାନ ପାଇଁ ଦଉଲତ ଜରଦାନଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ସୟଦ ସିରାଜ, ମହମ୍ମଦ ନାଇବ ଓ ରସିଦ ଖାନଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର