ମୁଷ୍ଟିଯୁଦ୍ଧ ବିଶ୍ବ ମାନ୍ୟତା ଶୀର୍ଷରେ ମେରିକମ୍‌

ନୂଆଦିଲ୍ଲୀ,: ୬ ଥର ବିଶ୍ବ ବିଜୟିନୀ ‌ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ମଣିପୁରୀ ମହିଳା ଗତ ନଭେମ୍ବରରେ ଦିଲ୍ଲୀରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାରେ ୪୮ କିଲୋଗ୍ରାମ୍‌ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଏଆଇବିଏ) ଦ୍ବାରା ଘୋଷିତ ମାନ୍ୟତାରେ ୧୭୦୦ ପଏଣ୍ଟ୍‌ ସହ ସେ ଏହି ସ୍ଥାନ ପାଇଥିଲେ। ୫୧ କେଜି ବର୍ଗରେ ପିଙ୍କି ଜାଙ୍ଗରା ଏବଂ ୫୪ କେଜି ବର୍ଗରେ ଏସୀୟ ରୌପ୍ୟ ବିଜୟିନୀ ମନୀଷା ମାଉଁ ଅଷ୍ଟମରେ ରହିଛନ୍ତି। ବିଶ୍ବ ପ୍ରତିଯୋଗିତା ରୌପ୍ୟ ବିଜୟିନୀ ସୋନିଆ ଲାଥର ୫୭ ବର୍ଗରେ ଦ୍ବିତୀୟ, କାଂସ୍ୟ ବିଜୟିନୀ ସିମ୍ରନଜିତ କୌର (୬୪ କେଜି) ଚତୁର୍ଥ, ଏଲ୍‌ ସରିତା ଦେବୀ ଷୋଡ଼ଶ, ୬୯ କେଜି ବର୍ଗରେ ଲଭ୍‌ଲିନା ବୋର୍ଗୋହାଇଁ ପଞ୍ଚମରେ ରହିଛନ୍ତି।

ସମ୍ବନ୍ଧିତ ଖବର