ଜେଲ ଭିତରେ ରଙ୍ଗିଲା ନାଚ: ଭିଡିଓ ଭାଇରାଲ ହେବା ପରେ ଅଡ଼ୁଆରେ କର୍ତ୍ତୃପକ୍ଷ!

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବର ଜେଲରେ ରଙ୍ଗିଲା ନାଚ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ନାଚ ଭିଡିଓ ଭାଇରାଲ ହେବା ପରେ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି।

ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ କେତେକ ଯୁବତୀ ନାଚୁଛନ୍ତି। ଏହି ନାଚ ଦେଖି ଜେଲର ଅନ୍ତେବାସୀମାନେ ମଧ୍ୟ ନାଚରେ ମସଗୁଲ ହୋଇଯାଇଛନ୍ତି। ସେମାନେ ବି ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି। ଏଥିରେ କେବଳ କଏଦୀ ନୁହନ୍ତି, ବରଂ ଜେଲର କର୍ମଚାରୀ ବି ସାମିଲ ହୋଇଛନ୍ତି। ଭିଡିଓରେ ନୂଆ ବର୍ଷ ସେଲିବ୍ରେସନ୍ ହେଉଛି ବୋଲି ମଧ୍ୟ କୁହାଯାଉଛି।

ଏହି ଭାଇରଲ୍ ଭିଡିଓଟି ଜଳେଶ୍ୱର ଉପ-କାରାଗାର ପରିସରର। ଜେଲ୍‌ ଭିତରେ ଏମିତି ନାଚ ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବା ଘଟଣାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

ସମ୍ବନ୍ଧିତ ଖବର