‘ରଥଯାତ୍ରା ସ୍ବର୍ଣ୍ଣମୁଦ୍ରା’ ପ୍ରତିଯୋଗିତାର ପୁରସ୍କାର ବିତରଣ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଶୁଭଅବସରରେ ‘କନକ ନ୍ୟୁଜ୍’ ଓ ଓଡ଼ିଶାର ଏକମାତ୍ର ଘରୋଇ ଏଫ୍.ଏମ୍. ଚ୍ୟାନେଲ୍‌ ‘ରେଡିଓ ଚକ୍‌ଲେଟ ୧୦୪ ଏଫ.ଏମ୍.’ ଆନୁକୂଲ୍ୟରେ ଫର୍‌ଚ୍ୟୁନ୍‌ ସନ୍‌ଫ୍ଲାୱାର ତରଫରୁ ‘ରଥଯାତ୍ରା ସ୍ବର୍ଣ୍ଣମୁଦ୍ରା’ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେରେ ପ୍ରତିଯୋଗିତାର ସିଧାପ୍ରସାରଣ ସମୟରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିବା ୨୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବିଜେତାଙ୍କୁ ସ୍ବର୍ଣ୍ଣମୁଦ୍ରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସମୟରେ ‘କନକ ନ୍ୟୁଜ୍‌’ର ପରିଚାଳନା ପରାମର୍ଶଦାତା ରତିକାନ୍ତ ଶତପଥୀ, ମୁଖ୍ୟ ସମ୍ପାଦକ ମନୋରଂଜନ ମିଶ୍ର ଓ ରେଡିଓ ଚକ୍‌ଲେଟ୍‌ର ପ୍ରୋଗ୍ରାମିଂ ହେଡ୍ ସଂଗ୍ରାମ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର