ସୁରତରେ କରୋନା ସ୍ଥିତି ସଙ୍ଗିନ, ୧୦ ଦିନରେ ୧୨ ଓଡ଼ିଆ ମଲେଣି LatestLeadingକରୋନା By Sambad Digital Last updated Apr 9, 2021 wallpapersafari.com ସେୟାର ବ୍ରହ୍ମପୁର: କରୋନାର ଦ୍ବିତୀୟ ଲହର ସୁରତରେ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୧୦ଦିନ ମଧ୍ୟରେ ପ୍ରାୟ ୧୨ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ସୁରତରେ ରହୁଥିବା ଓଡ଼ିଆ ଶ୍ରମିକମାନେ ପ୍ରକାଶ କରିଛନ୍ତି। ଆସିକା ବ୍ଲକ୍ ଗଙ୍ଗାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ଗତକାଲି କରୋନାରେ ମୃତ୍ୟୁ ଘଟିଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି। Sambad is now on WhatsApp Join and get latest news updates delivered to you via WhatsApp Join Now କରୋନାରେ ପୀଡ଼ିତ ହୋଇ ୫ଦିନ ଧରି ଏକ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିଲେ ଏବଂ ଚିକିତ୍ସା ବାବଦକୁ ୩ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଗତକାଲି ସୁରତରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶବ ସତ୍କାର ନିମନ୍ତେ ସୁରତର ଏକ ଶ୍ମଶାନକୁ ନିଆଯାଇଥିଲା। ସେମାନେ ଦିନ ୧୧ଟା ବେଳେ ଶ୍ମଶାନରେ ପହଞ୍ଚିଥିଲେ। କିନ୍ତୁ ସଂଧ୍ୟା ୬ଟାରେ ଶବ ଦାହ କରା ଯାଇଥିଲା ବୋଲି ତାଙ୍କର ଜଣେ ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାରୁ କରୋନାର ସ୍ଥିତି କେତେ ସାଂଘାତିକ, ତାହା ସ୍ପଷ୍ଟ ଜଣାପଡ଼ୁଛି। ଏପଟେ ହସ୍ପିଟାଲ୍ରେ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ଶ୍ମଶାନରେ ଶବ ସତ୍କାର ପାଇଁ ମଧ୍ୟ ଜାଗା ମିଳୁ ନାହିଁ। ମୃତ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ସୁରତର ବର୍ଖାରୋଡ଼ ଅଞ୍ଚଳରେ ରହୁଥିଲେ। ମୃତକ ୧୨ଜଣଙ୍କ ମଧ୍ୟରେ ପାଣ୍ଡେସରା ଅଞ୍ଚଳର ୩ଜଣ, ଆମ୍ରୋଲି ଅଞ୍ଚଳର ୪ଜଣ ରହିଥିବା ସୂଚନା ମିଳିଛି। ସୁରତ ସହରରେ ୧୪ଶହରୁ ଅଧିକ ମିନି କଣ୍ଟେନମେଣ୍ଟ୍ ଜୋନ୍ କରା ଯାଇଛି। ସଂଧ୍ୟା ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିଛି। ଶିକ୍ଷାନୁଷ୍ଠାନ, ଜିମ୍, ସୁଇମିଂ ପୁଲ୍ ଏବଂ ସିଟିବସ୍ ଚଳାଚଳ ବନ୍ଦ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ କେବଳ ସୁରତ ସହରରୁ ୬୨୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୫,୩୦ ଜଣ ସଙ୍ଗରୋଧରେ ଥିବା ସୂଚନା ମିଳିଛି।