ସ୍ନାନ ଯାତ୍ରା ପାଇଁ ୩ ଦିନ ଧରି ପୁରୀରେ ୧୪୪ ଧାରା ଜାରି

ପୁରୀ: ଆଜି ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଧାରା ଲୋକଙ୍କ ଆତଯାତ ରୋକିବା ପାଇଁ ଜାରି କରାଯିବ ବୋଲି ବଲଓ୍ଵନ୍ତ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ୧୪୪ଧାରା ଜାରି କରାଯାଇଛି। ଆସନ୍ତା ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ପୁରୀ ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ପର୍ଯ୍ୟନ୍ତ ଲାଗୁ କରାଯିବ । ଏଥିସହିତ ୧୪୪ ଧାରା ଶ୍ରୀମନ୍ଦିର ଚାରିପାଖରେ ବି ଲାଗୁ କରାଯିବ।

 

କିଛିଦିନ ତଳେ କରୋନା କଟକଣା ଯୋଗୁଁ ଏଥର ସ୍ନାନବେଦିରେ ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ। ସେହିଭଳି କଟକଣା ଭିତରେ ରଥଯାତ୍ରା ମଧ୍ୟ କରାଯାଇପାରିବ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ କହିଥିଲେ।

ତେବେ ଏଥିପାଇଁ ପରିଚାଳନା କମିଟି କେବଳ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରିପାରିବ। ରାଜ୍ୟ ସରକାର ଚାହିଁଲେ ହିଁ ରଥଯାତ୍ରା ହେବ। ବିନା ଭକ୍ତ ଓ କଟକଣାରେ ଲକ୍‌ଡାଉନ୍‌ ନିୟମ ପାଳି ରଥଯାତ୍ରା ସମ୍ଭବ ବୋଲି ଗଜପତି କହିଥିଲେ।

ସମ୍ବନ୍ଧିତ ଖବର