୩୫ ଡିଗ୍ରି ଉପରେ ୧୮ ସହର

ଭୁବନେଶ୍ୱର : ସାରା ଓଡ଼ିଶାରେ ଅସହ୍ୟ ହେଉଛି ତାତି। ଗୋଟିଏ ଦୁଇଟି ସ୍ଥାନକୁୁ ଛାଡ଼ି ସାରା ରାଜ୍ୟର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଗତକାଲି କେତେକ ସ୍ଥାନରେ ୩୯ ଡିଗ୍ରି ଟପିଥିଲା ବେଳେ ଆଜି ୧୮ଟି ସହରର ତାପମାତ୍ରା ୩୫ ଡିଗ୍ର୍ରି ଉପରେ ରହିଥିଲା। ସୋନପୁର ପୁଣିଥରେ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଟିଟିଲାଗଡ଼ରେ ୩୮, ବାରିପଦା ଓ ସମ୍ବଲପୁରରେ ୩୭.୮, ହୀରାକୁଦରେ ୩୭.୬, ଝାରସୁଗୁଡ଼ାରେ ୩୭.୫ ଡିଗ୍ରି ରହିଥିଲା। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୨ରୁ ୩ ଡିଗ୍ର୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଥିବା ପରିଲକ୍ଷିତ ହୋଇଛି। ପାଣିପାଗ କେନ୍ଦ୍ରର କହିବାନୁଯାୟୀ ସମୁଦ୍ରରୁ ସ୍ଥଳଭାଗକୁୁ ପବନ ବୋହୁଥିବାରୁ ତାତି ଅଧିକ ଅନୁଭୂତ ହେଉ ନ ଥିଲା। ଏଥିସହ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଘଣ୍ଟା ପ୍ରତି ୧୫ରୁ ୨୦ କି ମି ବେଗରେ ପବନ ବହୁଛି। ତେଣୁ ୩ ଦିନ ହେଲା ତାତି ବଢ଼ିଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଟପିଯିବାର ସମ୍ଭାବନା ରହିଛି। ୧୫ରୁ ୧୮ ତାରିଖ ମଧ୍ୟରେ ଉତ୍ତର ଓ ପୂର୍ବ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର