ଦୁଇଦିନିଆ ରିମାଣ୍ଡରେ ରାଜେନ୍ଦ୍ର ଅଗ୍ରଓ୍ଵାଲ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ବଣ୍ଟି ଅଗ୍ରଓ୍ଵାଲ ଟିଡିଆର ଚଞ୍ଚକତା ମାମଲାରେ ଭବାନୀପାଟଣା ଟାଉନ ଥାନା ପୁଲିସ ବଣ୍ଟିଙ୍କ ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରୁଛି। ଭବାନୀପାଟଣା ଟାଉନ ଥାନା ପକ୍ଷରୁ ଗତକାଲି ଖରିଆର ଏସଡିଜେଏମ କୋର୍ଟରୁ ବଣ୍ଟି ଅଗ୍ରଓ୍ଵାଲଙ୍କ ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଦୁଇଦିନିଆ ରିମାଣ୍ଡରେ ଅଣାଯାଇଛି। ଟାଉନ ଥାନାରେ ଭବାନୀପାଟଣା ପୂର୍ତ୍ତ ବିଭାଗ ଡିଭିଜନର ଟେଣ୍ଡର ଦାଖଲ ବେଳେ ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ନାମରେ ମିଥ୍ୟା ଟିଡିଆର ନେଇ ତଦନ୍ତ ପାଇଁ ଜେରା ଚାଲିଛି। ଏସ୍‌ଆଇ ଡମ୍ବରୁଧର ବତ୍ରିଆ ରାଜେନ୍ଦ୍ରଙ୍କୁ ଜେରା କରୁଛନ୍ତି। ଠିକାଦାର ବଣ୍ଟି ଅଗ୍ରଓ୍ଵାଲ ସମସ୍ତ ଜାଲିଆତିରେ ସଂପୃକ୍ତ ଥାଇ ନଜି ବାପାଙ୍କ ଅଗୋଚରରେ ଏଭଳି କାରନାମା କରିଥିବା ପୁଲିସ ଆଗରେ କହିଥିବା ଚର୍ଚ୍ଚା ସହରରେ ଜୋର ଧରିଛି।

ସମ୍ବନ୍ଧିତ ଖବର