ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ୨୦ ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ୍‌

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ଯାତ୍ରୀଭିଡ଼କୁ ଏଡ଼ାଇବା ସହିତ ଜନସାଧାରଣଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କାରାଯାଇଛି। ଏତି ସହିତ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ସେବା ବୃଦ୍ଧି କରିବା ପାଇଁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ୦୮୪୮୩/୦୮୪୮୪ ପୁରୀ-ଶାଲିମାର ଦ୍ୱି-ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ ୨୧ ଏପ୍ରିଲରୁ ୩୦ ଜୁନ୍ ମଧ୍ୟରେ ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ପୁରୀରୁ ରାତ୍ରି ୧୧ ଘ.୫୦ ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ଶାଲିମାରରୁ ଏହି ଟ୍ରେନ୍ ୨୨ ଏପ୍ରିଲରୁ ୧ ଜୁଲାଇ ମଧ୍ୟରେ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସନ୍ଧ୍ୟା ୭ଟା ୪୫ମିରେ ଛାଡ଼ିବ।

୦୮୪୭୫/୦୮୪୭୬ ପୁରୀ-ନିଜାମୁଦ୍ଦିନ-ପୁରୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ ୧୯ ଏପ୍ରିଲରୁ ୨୮ ଜୁନ୍ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ ଭୋର ୪ଟା ୫୦ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ନିଜାମୁଦ୍ଦିନରୁ ଏହି ଟ୍ରେନ୍ ୨୦ ଏପ୍ରିଲରୁ ୨୯ଜୁନ୍‌ ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ରାତ୍ରି ୧୧ଟା ୩୫ରେ ଛାଡ଼ିବ। ସେହିପରି ୦୨୮୩୯/୦୨୮୪୦ ଶାଲିମାର-ମାଳତୀପାଟପୁର-ଶାଲିମାର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ ୧୪ ଏପ୍ରିଲରୁ ୩୦ ଜୁନ୍ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତ୍ରି ୯ଟା ୨୫ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ଶାଲିମାରରୁ ଏହି ଟ୍ରେନ୍ ୧୫ ଏପ୍ରିଲରୁ ୧ ଜୁଲାଇ ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ରାତ୍ରି ୧୧ଟା ୫୦ରେ ଛାଡ଼ିବ।

ସେହିପରି ୦୨୮୧୧/୦୨୮୧୨ ଭୁବନେଶ୍ୱର-ଯଶୋବନ୍ତପୁର-ଭୁବନେଶ୍ୱର ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ୧୩ ଏପ୍ରିଲରୁ ୨୫ ମଇ ମଧ୍ୟରେ ଭୁବନେଶ୍ୱରରୁ ପ୍ରତ୍ୟକ ଶନିବାର ସନ୍ଧ୍ୟା ୭ଟାରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ୧୫ ଏପ୍ରିଲରୁ ୨୭ ମଇ ମଧ୍ୟରେ ପ୍ରତ୍ୟକ ସୋମବାର ଭୋର ୫ଟାରେ ଛାଡ଼ି ଭୁବନେଶ୍ୱର ଯାତ୍ରା କରିବ।  ୦୯୦୬୯/୦୯୦୭୦ ସୁରଟ-ବ୍ରହ୍ମପୁର-ସୁରଟ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ ୧୭ ଏପ୍ରିଲରୁ ୨୬ ଜୁନ୍ ମଧ୍ୟରେ ସୁରଟ ଠାରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୨ଟା ୨୦ ମିନିଟରେ ଛାଡ଼ିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ବ୍ରହ୍ମପୁରରୁ ଏପ୍ରିଲ୍ ୧୯ରୁ ୨୮ ଜୁନ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଭୋର ୩ଟା ୩୦ରେ ଛାଡ଼ି ସୁରଟ ଯାତ୍ରା କରିବ।

ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ, ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୧୩ ଯୋଡ଼ା ଦୂରଗାମୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଅଛି। ଏହି ଟ୍ରେନ ଗୁଡିକ ହେଉଛି ସିକନ୍ଦରାବାଦ-ଦିବ୍ରୁଗଡ-ସିକନ୍ଦରାବାଦ ସ୍ପେଶାଲ, ସିକନ୍ଦରାବାଦ-ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ, ଚେନ୍ନାଇ-ସାନ୍ତ୍ରାଗଛି-ଚେନ୍ନାଇ ସ୍ପେଶାଲ, ନାଗେରକୋଏଲ-ଡିବ୍ରୁଗଡ-ନାଗେରକୋଏଲ ସ୍ପେଶାଲ, କୋଚୁଭେଲି-ଶାଲିମାର-କୋଚୁଭେଲି ସ୍ପେଶାଲ, ବେଙ୍ଗାଲୁରୁ-ଖଡ଼ଗପୁର-ବେଙ୍ଗାଲୁରୁ ସ୍ବତନ୍ତ୍ର, ସାନ୍ତ୍ରାଗଛି-ସିକନ୍ଦରାବାଦ-ସାନ୍ତ୍ରାଗଛି ସ୍ବତନ୍ତ୍ର, ସିକନ୍ଦରାବାଦ-ଶାଲିମର-ସିକନ୍ଦରାବାଦ ସ୍ବତନ୍ତ୍ର, ବେଙ୍ଗାଲୁରୁ-ମାଲଦା ଟାଉନ-ବେଙ୍ଗାଲୁରୁ ସ୍ପେଶାଲ, ମହୀଶୂର-ମୁଜାଫରପୁର-ମହୀଶୂର ସ୍ପେଶାଲ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ-ନ୍ୟୁ ତିନସୁକିଆ ସ୍ପେଶାଲ ଏବଂ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ।

ସମ୍ବନ୍ଧିତ ଖବର