କଟକ ସହରରୁ ଆଜି ୨୫୪ ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୩୩ ଜଣ

କଟକ: ଆଜି କଟକ ସହରରୁ ମୋଟ ୨୫୪ ଜଣ ନୂଆ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୨୧ ଜଣ ସଂଗରୋଧ ଓ ୧୩୩ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୫୬ ଜଣ ପୁରୁଷ ଓ ୮ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତପୁରରୁ ୬ ଜଣ, ସିଡିଏ ସେକ୍ଟର-୭, ଚାଉଳିଆଗଂଜ, ନୟାବଜାର, ନୂଆସାହି, ପୀଠାପୁରରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୪୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ କଟକ ସହରରୁ ୨୫୪ ଜଣ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୧୧ ହଜାର ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୮ ହଜାର ୩୪୮ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୭୪୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୧ ଜଣଙ୍କର ପ୍ରାଣହାନୀ ଘଟିଛି ।

ସମ୍ବନ୍ଧିତ ଖବର