ଫସଲରେ ପଡ଼ୁଥିବା ବିଷ ପିଇ ୩ ଶିଶୁ ଗୁରୁତର

ଗୋପାଳପୁର : ଖେଳୁଥିବା ବେଳେ ଭୁଲବଶତଃ ଫସଲରେ ପଡ଼ୁଥିବା ବିଷ ପିଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଶିଶୁ ତିନିଜଣଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ, ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ଖବର ମୁତାବକ, ବିରିଡ଼ି ଥାନା ଶିପୁର ଗ୍ରାମର ସୁଧାକର ଭୋଇ ଫସଲରେ ପକାଇବା ପାଇଁ ଆଣିଥିବା ବିଷକୁ ଘରେ ରଖିଥିଲେ। ସୁଧାକରଙ୍କ ନାବାଳକ ପୁଅ ଉକ୍ତ ବୋତଲକୁ ଖେଳିବାକୁ ନେଇଯାଇଥିଲେ। ଭୁଲ୍‌ରେ ସେ ଏହାକୁ ପିଇବା ସହ ଅନ୍ୟ ୨ ଜଣଙ୍କୁ ପିଇବାକୁ ଦେଇଥିଲେ।

ସମ୍ବନ୍ଧିତ ଖବର