୭ ପର୍ଯ୍ୟାୟ ମତଦାନ : ଓଡ଼ିଶାରେ ଏପ୍ରିଲ ୧୧, ୧୮, ୨୩, ୨୯

ରବିବାର ସନ୍ଧ୍ୟା ୫ଟାରୁ ଆଦର୍ଶ ଆଚରଣ ବିଧି ଲାଗୁ

ଭୁବନେଶ୍ବର : ଲୋକସଭା ଏବଂ ୪ଟି ରାଜ୍ୟରେ ବିଧାନସଭା ପାଇଁ ଆଜି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ। ଲୋକସଭା ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବା ବେଳେ ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ ମେ ମାସ ୧୯ ତାରିଖ‌େର ହେବ। ଭୋଟ ଗଣତି ସେହି ମାସ ୨୩ ତାରିଖରେ କରାଯିବ। ଯେଉଁ ରାଜ୍ୟଗୁଡ଼ିକରେ‌ ବିଧାନସଭା ନିର୍ବାଚନ ହେବ ‌େସଗୁଡ଼ିକ ହେଲେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଏବଂ ଅରୁଣାଚଳ ପ୍ରଦେଶ। ତେବେ ଜମ୍ମୁ-କଶ୍ମୀରରେ ଏବେ ବିଧାନସଭା ନିର୍ବାଚନ କରାଯିବ ନାହିଁ। ନିର୍ବାଚନ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁ ହୋଇଛି।

ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନ ୪ଟି ପର୍ଯ୍ୟାୟରେ ହେବ। ଏକାସାଙ୍ଗରେ େଲାକସଭା ଓ ବିଧାନସଭା ପାଇଁ ଆଜି ଭାରତର ନିର୍ବାଚନ କମିସନ ତାରିଖ େଘାଷଣା କରିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ବାଚନ ସଂପର୍କରେ ବିଶଦ ସୂଚନା େଦଇଛନ୍ତି। ଏପ୍ରିଲ ୧୧ରୁ ୨୯ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ଉଭୟ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। େମ ୨୩ ତାରିଖରେ େଭାଟ ଗଣତି େହବ।

ଏପ୍ରିଲ ୧୧ ତାରିଖରେ ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଲାଗି ନିର୍ବାଚନ େହବ। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ ତାରିଖରେ ୫ଟି ଲୋକସଭା ଓ ୩୫ ବିଧାନସଭା, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ ତାରିଖରେ ୬ଟି େଲାକସଭା ଓ ୪୨ ବିଧାନସଭା ଏବଂ ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସନ୍ଧ୍ୟା ୫ଟାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

୨୦୧୪ରେ ସାଧାରଣ ନିର୍ବାଚନ ୯ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ସହିତ ତା ଅନ୍ତର୍ଗତ ବିଧାନସଭା ଆସନ ଲାଗି ଏପ୍ରିଲ ୧୧ ତାରିଖରେ େଭାଟ ଗ୍ରହଣ େହବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚଳିତ ମାସ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିଦିନ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରମାନେ ନାମାଙ୍କନ ପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ମାର୍ଚ୍ଚ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ସେହିପରି ଏପ୍ରିଲ ୧୮ ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ।

ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା େଲାକସଭା ଆସନ ଓ ତା ଅନ୍ତର୍ଗତ ବିଧାନସଭା ଆସନରେ େଭାଟ ଗ୍ରହଣ େହବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ମାର୍ଚ୍ଚ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ସେହିପରି ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ଏହି ପର୍ଯ୍ୟାୟ ପାଇଁ ମାର୍ଚ୍ଚ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ମାର୍ଚ୍ଚ ୨୮ ତାରିଖରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଚତୁର୍ଥ ଓ ଶେଷ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୯ ତାରିଖରେ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ୪୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ଆସନଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ପାଇଁ ଏପ୍ରିଲ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ଏପ୍ରିଲ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ଶ୍ରୀକୁମାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଓଡ଼ିଶାରେ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ବର୍ତ୍ତମାନ ସୁଦ୍ଧା ଭୋଟର ତାଲିକାରେ ନୂଆ ଭୋଟର ସାମିଲ ହେବାରେ ଲାଗିଛନ୍ତି। ଗତ ଜାନୁଆରି ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ୩ କୋଟି ୧୮ ଲକ୍ଷ ଭୋଟର ଚଳିତଥର ଭୋଟ ଦେବାକୁ ପଞ୍ଜୀକୃତ ହୋଇଛନ୍ତି। ଆଜିଠାରୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଉ ଭୋଟରଙ୍କ ନାମ ବିଯୋଗ, ସଂଶୋଧନ ଓ ନିର୍ବାଚନମଣ୍ଡଳୀ ପରିବର୍ତ୍ତନ ନେଇ ଉଦ୍ଦିଷ୍ଟ ଆବେଦନ ଫର୍ମ ଗ୍ରହଣ କରାଯିବନାହିଁ। କେବଳ ଭୋଟର ତାଲିକାରେ ନୂଆ କରି ନାମ ଯୋଗ ହୋଇପାରିବ। ବର୍ତମାନ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୭୦ ହଜାର ଦିବ୍ୟାଙ୍ଗ ଭୋଟର ଚିହ୍ନଟ କରାଯାଇଛନ୍ତି। ଦିବ୍ୟାଙ୍ଗଙ୍କ ପୁଲିଂ ବୁଥରେ ମତଦାନ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯିବା ସହ ୨୫ ହଜାର ହ୍ବିଲ ଚେୟାର ବ୍ୟବସ୍ଥା କରାଯାଇଛି। ସାରା ରାଜ୍ୟରେ ମୋଟ ୩୭ ହଜାର ୬୦୬ଟି ବୁଥରେ ଭୋଟଗ୍ରହଣ କରାଯିବ।

ଏଥର ପ୍ରଥମଥର ପାଇଁ ସାରା ରାଜ୍ୟରେ ଇଭିଏମ ସହିତ ଭିଭିପାଟ ଜରିଆରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଓଡ଼ିଶାକୁ ଆବଶ୍ୟକ ଇଭିଏମ ଓ ଭିଭିପାଟ ମେସିନ ଯୋଗାଇ ଦିଆଯାଇଛି। ଇଭିଏମ ଓ ଭିଭିପାଟ ମେସିନରେ ମତଦାନ ପାଇଁ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିସନଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମ ଜରିଆରେ ୧୨ ହଜାର ଗାଁରେ ୧୦ ଲକ୍ଷ ୬୭ ହଜାର ୮୨୫ ଜଣ ଭୋଟରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁଲିଂ ବୁଥରେ ଭୋଟ ଦେବାକୁ ଯିବା ପୂର୍ବରୁ ନିର୍ବାଚନ କମିସନଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫଟୋ ସମ୍ବଳିତ ଭୋଟର ସ୍ଲିପ ବ୍ୟତୀତ ପ୍ରତ୍ୟେକ ଭୋଟର ତାଙ୍କ ସହ ୧୨ଟି ପରିଚୟ ପତ୍ରରୁ ଯେ କୌଣସି ଗୋଟିଏ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି। ସେ ସମ୍ପର୍କରେ ଆଗକୁ ଭୋଟରଙ୍କ ସଚେତନତା ପାଇଁ ନିର୍ବାଚନ କମିସନ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିବେ।

ସମ୍ବନ୍ଧିତ ଖବର