କୋରାପୁଟ : ଚୂନ ପଥର ଆଣିବାକୁ ଯାଇଥିବା ବେଳେ ଅଘଟଣ; ମାଟି ଅତଡା ଖସି ୩ ମୃତ, ୨ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ଗ୍ରାମ ପଞ୍ଚାୟତର ଦଳପତିଗୁଡାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ।ଚୂନମାଟି ଆଣିବାକୁ ଯାଇଥିବା ବେଳେ ମାଟି ଅତଡା ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଅତଡା ଖସିବା ଫଳରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ ,ଦଳପତିଗୁଡା ଗ୍ରାମର ୧୦ ଜଣ ଆଜି ଚୂନମାଟି ଆଣିବା ଲାଗି ନିକଟରେ ଥିବା କରଞ୍ଜଗୁଡ଼ା ପାହାଡକୁ ଯାଇଥିଲେ। ସେଠାରେ ମାଟି ଖୋଳିବା ସମୟରେ ଅତଡା ଖସିବାକୁ ଘଟଣାସ୍ଥଳରେ ଚମ୍ପା ପେଲେସି (୧୮),ଜୟନ୍ତୀ ପେଡକାପୁ (୨୬) ଓ ମୁନା ନାୟକ (୨୭)ଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ପାଲେସି ଦାଲୟା (୩୫) ଓ ପାଲେସି ଧାନମୋତିି (୧୭) ଗୁରୁତର ଆହତ ହୋଇ ପ୍ରଥମେ ପୁକାଲି ଡାକ୍ତରଖାନା ଓ ପରେ ଫଟ୍ଟାଙ୍ଗି ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।

ସମ୍ବନ୍ଧିତ ଖବର