ମାଡ଼ିଗଲା ଟ୍ରକ; ବାଇକ୍‌, ଟ୍ରଲି ଚେପା: ପୋଲ ତଳକୁ ଡେଇଁ ୩ ଆହତ

ରସୁଲପୁର : କୁଆଖିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକ ପାଖରେ ଶନିବାର ଟ୍ରକ ମାଡ଼ିଯିବାରୁ ଏକ ବାଇକ୍‌ ଓ ଆଖୁରସ ବିକ୍ରି ହେଉଥିବା ଟ୍ରଲି ଚୂନା ହୋଇଯାଇଛି। ପାଖରେ ଠିଆହୋଇଥିବା ବାଇକ ଆରୋହୀ ଦମ୍ପତି ଓ ଆଖୁ ବିକ୍ରେତା ପୋଲ ତଳକୁ‌ ଡେଇଁପଡ଼ି ଆହତ ହୋଇଛନ୍ତି।

ଧର୍ମଶାଳା ଥାନା ପନ୍ତୁରି ଗ୍ରାମରୁ ଏକ ଦମ୍ପତି ବାଇକରେ ଦାମୋଦରପୁର ଯାଇଥିଲେ। ଅପରାହ୍‌ଣ ପ୍ରାୟ ୫ଟା ୩୦ରେ ଫେରୁଥିବାବେଳେ ଗୋପାଳପୁର ଛକରେ ଓଭରବ୍ରିଜ ଉପରେ ଆଖୁରସ ଟ୍ରଲି ପାଖରେ ସେମାନେ ଠିଆହୋଇଥିଲେ। ଏହି ସମୟରେ କୁଆଖିଆ ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ (ଓଡି ୧୬ ସି ୪୯୮୪) ରାସ୍ତା କଡ଼ରେ ଲାଗିଥିବା ବାଡ଼ାରେ ଘଷିହୋଇ ସେମାନଙ୍କ ଆଡ଼କୁ ମାଡ଼ିଯାଇଥିଲା। ଟ୍ରକଟି ବାଇକ୍ ଓ ଆଖୁ ଟ୍ରଲି ଉପରେ ଚଢ଼ିଯାଇଥିଲା। ଭୟରେ ବାଇକ୍ ଆରୋହୀ ଦମ୍ପତି ଓ ଆଖୁରସ ବିକ୍ରି କରୁଥିବା ବ୍ୟକ୍ତି ବ୍ରିଜ୍ ତଲକୁ ଡେଇଁ ପଡ଼ିଥିଲେ। ଏଥିରେ ସେମାନେ ଆହତ ହୋଇଥିଲେ ବି ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରକୁ ଅଟକ ରଖି ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିଲା।

ସମ୍ବନ୍ଧିତ ଖବର