୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡା ଜିଲ୍ଲାରେ ପୁଲିସ ଆଜି ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ଏହି ତିନି ଜଣ ନକ୍ସଲ ବିସ୍ଫୋରକ, ଦୈନନ୍ଦିନ ସାମଗ୍ରୀ ଏବଂ ଔଷଧ କିଣିବାକୁ ଜଗଦଲପୁରକୁ ଆସିଥିବାବେଳେ ଧରାପଡ଼ିଥିଲେ। ଗିରଫ ନକ୍ସଲମାନେ ହେଲେ ବିନୋଦ, ଦେବା ଏବଂ ଗୁଣ୍ଡାଧୁର। ଏମାନଙ୍କ ନାମରେ ବହୁ ମାଓ ହିଂସା ମାମଲା ରହିଛି। ପଚରାଉଚୁରା ପରେ ସେମାନଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଥିବା ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର