୩୭ ପୁଲିସ ଇନ୍‌ସପେକ୍ଟରଙ୍କ ବଦଳି

କଟକ : ପୁଲିସ ବିଭାଗରେ କାର୍ଯ୍ୟରତ ୩୭ ପୁଲିସ ଇନ୍‌ସ୍ପେକ୍ଟରଙ୍କ ବଦଳି ହୋଇଛି । ଗତକାଲି ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ପୁଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାମଦେବ ନନ୍ଦଙ୍କୁ ମାଲ୍‌କାନଗିରିରୁ ଯାଜପୁର, ଭାବନନ୍ଦ ପ୍ରଧାନଙ୍କୁ କନ୍ଧମାଳରୁ ବୌଦ୍ଧ, ବିଜୟିନୀ ମାଳାଙ୍କୁ କମିସନରେଟ୍‌ ପୁଲିସ, ବିମଳ କୁମାର ବାରିକଙ୍କୁ ବୁର୍ଲା ବିଟିଆଇରୁ କଟକ, ବିଶ୍ୱଜିତ ରାଉତରାୟଙ୍କୁ ଅନୁଗୁଳରୁ ନୟାଗଡ଼, ଡି. ବାସୁଦେବ ରାଓଙ୍କୁ କୋରାପୁଟରୁ ଭିଜିଲାନ୍ସ ବିଭାଗ, ଦାମୁ ପରିଜାଙ୍କୁ କେନ୍ଦ୍ରାପଡ଼ାରୁ କନ୍ଧମାଳ, ଦୀପିକା ଦେବୀ ରାୟଙ୍କୁ ନବରଙ୍ଗପୁରରୁ ଯାଜପୁର, ଧୀରଜ ଲେଙ୍କାଙ୍କୁ ଢେଙ୍କାନାଳରୁ ପୁରୀ, ଦିଲ୍ଲୀପ କୁମାର ଜେନାଙ୍କୁ ବଇରୀ ପିଟିଆଇରୁ ନୟାଗଡ଼ ପିଟିଏସ୍‌, ଜ୍ଞାନ ରଞ୍ଜନ ସାମଲଙ୍କୁ ଢେଙ୍କାନାଳରୁ ପୁରୀ, ଇସ୍‌ମାଇଲ ଏକ୍କାଙ୍କୁ ମୟୂରଭଞ୍ଜରୁ ରାଉରକେଲା, ଜୟଶ୍ରୀ ପ୍ରଧାନଙ୍କୁ ବ୍ରହ୍ମପୁରରୁ ରାୟଗଡ଼ା, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ରାୟଗଡ଼ାରୁ ରାଉରକେଲା ଜିଆର୍‌ପି, କବିତା ସାହୁଙ୍କୁ ଭିଜିଲାନ୍ସରୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, ମୋନାଲିସା କରଙ୍କୁ ବ୍ରହ୍ମପୁରରୁ ଭଦ୍ରକ, ପାରାଓ ଟୁଡ଼ୁଙ୍କୁ ବୁର୍ଲା ବିଟିଆଇରୁ ଯାଜପୁର, ପ୍ରମୋଦ କୁମାର ଲେଙ୍କାଙ୍କୁ କେନ୍ଦ୍ରାପଡ଼ାରୁ ଢେଙ୍କାନାଳ, ପ୍ରେମାନନ୍ଦ ଲେଙ୍କାଙ୍କୁ ଅନୁଗୁଳରୁ ସ୍ପେଶାଲ ବ୍ରାଞ୍ଚ, ପୁସ୍ପେନ୍ଦୁ ସାଗରଙ୍କୁ ଗଞ୍ଜାମରୁ ନବରଙ୍ଗପୁର, ଆର୍‌. ବିଜୟ କୁମାରଙ୍କୁ କୋରାପୁଟରୁ ଭିଜିଲାନ୍ସ, ରାମଚନ୍ଦ୍ର ସାହୁଙ୍କୁ ମୟୁରଭଞ୍ଜରୁ କଟକ, ରମାକାନ୍ତ ପାତ୍ରଙ୍କୁ ପୁରୀରୁ କନ୍ଧମାଳ, ରମେଶ ଚନ୍ଦ୍ର ବିଶୋଇଙ୍କୁ କଳାହାଣ୍ଡିରୁ ଅନୁଗୁଳୁ, ରମେଶ ଚନ୍ଦ୍ର ଦୋରାଙ୍କୁ ରାଉରକେଲାରୁ ସମ୍ବଲପୁର, ରିନା ସେଠୀଙ୍କୁ ବ୍ରହ୍ମପୁରରୁ ଭିଜିଲାନ୍ସ, ସବିତାରାଣୀ ଜେନାଙ୍କୁ ଅନୁଗୁଳ ପିଟିସିରୁ ବଇରି ପିଟିସି, ସୌମ୍ୟଜିତ ମିଶ୍ରଙ୍କୁ ଭିଜିଲାନ୍ସରୁ ଯାଜପୁର, ସୁଦାମ ସାହୁଙ୍କୁ ଏସ୍‌ସିଆର୍‌ବି, ସୁରେନ୍ଦ୍ର ନାଥ ଦାସଙ୍କୁ କମିସନରେଟ୍‌ ପୁଲିସରୁ ଜିଆର୍‌ପି କଟକ, ସୁରେଶ କୁମାର ତ୍ରିପାଠୀଙ୍କୁ ବ୍ରହ୍ମପୁରରୁ ସମ୍ବଲପୁର, ଶୁଭେନ୍ଦୁ କୁମାର ସବରଙ୍କୁ ବଲାଙ୍ଗୀରରୁ ରାଉରକେଲା ଜିଆର୍‌ପି, ତ୍ରିଲୋଚନ ସେଠୀଙ୍କୁ ଭଦ୍ରକରୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା, ତାପସ ଚନ୍ଦ୍ର ପ୍ରଧାନଙ୍କୁ କମିସନରେଟ୍‌ ପୁଲିସରୁ କଟକ କ୍ରାଇମ୍‌ବ୍ରାଞ୍ଚକୁ ବଦଳି କରାଯାଇଛି । ଏ ସମ୍ପର୍କରେ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ଖୁବ ଶ୍ରୀଘ୍ର ସମ୍ପୃକ୍ତ ଇନ୍‌ସ୍ପେକ୍ଟର ବଦଳି ହୋଇଥିବା ଥାନାକୁ ସ୍ଥାନାନ୍ତର ହେବେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର