ଏମାର ମଠରୁ ୪୫ଟି ରୁପା ଇଟା ମିଳିଥିବା ସୂଚନା

ପୁରୀ: ଏମାର ମଠରୁ ୪୫ଟି ରୁପା ଇଟା ମିଳିଥିବା ସୂଚନା ରହିଛି। ଏମାର ମଠର ୪ ନଂ କୋଠରୀରୁ ରୁପା ଇଟା ମିଳିଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ପୁରୀ ଏମାର ମଠର ଚାଲିଛି ସମ୍ପତ୍ତି ଆକଳନ। କାଲି ଜୋର ଜବରଦସ୍ତ ନୂଆ ମହନ୍ତଙ୍କୁ ଅପସ୍ଥାପିତ କରିଥିଲା ପ୍ରଶାସନ।
ଗତକାଲି ପୁରୀ ଏମାର ମଠର ନୂଆ ଟ୍ରଷ୍ଟି କାର୍ଯ୍ୟଭାର ଗ୍ରହଣ କରିଥିଲେ। ପୁରୀର ଏହି ଐତିହ୍ୟସଂପନ୍ନ ମଠର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ମଧ୍ୟ ମଠର ମହନ୍ତ ମହାରାଜ ଏଥିରେ ସହଯୋଗ କରୁନଥିଲେ। ଏହି ପ୍ରସଙ୍ଗକୁ ନେଇ ମଠର ନୂଆ ଟ୍ରଷ୍ଟ ବୋର୍ଡ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠର ଟ୍ରଷ୍ଟର ନୂଆ ସଦସ୍ୟମାନେ ମଠରେ ପ୍ରବେଶ କରିଥିଲେ।
ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ ଅନୁସାରେ ଝଞ୍ଜାପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ମହାରାଜଙ୍କୁ ମଠର ଦାୟିତ୍ୱ ଦିଆଯାଇଛି। ଏହି ସମୟରେ ମଠରୁ କିଛି ଅଳଙ୍କାର ଠାବ ହୋଇଥିଲା। ମଠ ଭିତରେ ପୂଜା ପାଉଥିବା ରାମାନୁଜଙ୍କ ମୂର୍ତ୍ତି ଓ ଏଥିରେ ଲାଗୁଥିବା ଅଳଙ୍କାର ଓ ଝୁଲଣ ବେଶରେ ଥିବା ସମସ୍ତ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲା ପ୍ରଶାସନ।

 

ସମ୍ବନ୍ଧିତ ଖବର