ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ

ପୁରୀ : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଦଶପଲ୍ଲା ବନାଞ୍ଚଳରୁ ଆଜି ଚତୁର୍ଥ ପର୍ଯ୍ୟାୟ ରଥକାଠ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ପହଞ୍ଚିଛି। ଅସନ ଓ ଧଉରା କାଠ ଭର୍ତି ଏକ ଟ୍ରକ୍ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଲାଗିବା ପରେ କାଠଗୁଡ଼ିକୁ ରଥଖଳାରେ ରଖାଯାଇଛି। ସୂଚନାଯୋଗ୍ୟ, ତିନି ରଥ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୧୯୫ ଖଣ୍ଡ କାଠ ବଳକା ରହିଛି। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଆଉ ୬୭୦ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ନୟାଗଡ଼ ବନଖଣ୍ଡରୁ ଆବଶ୍ୟକ କାଠକଟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକ୍‌ରେ ୫୭ ଖଣ୍ଡ କାଠ ବଡ଼ଦାଣ୍ଡ ରଥଖଳାରେ ପହଞ୍ଚିଥିଲା। ପରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ରଥ କାଠ ଆସି ପହଞ୍ଚିବା ପରେ ଆଜି ଚତୁର୍ଥ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ବନଖଣ୍ଡରୁ ଆସିବାକୁ ଥିବା ୬୭୦ ଖଣ୍ଡ କାଠରୁ ୩୦୪ ଖଣ୍ଡ କଟକ ସ’ମିଲକୁ ଚିରଟ ପାଇଁ ଯିବ। ବାକି ୩୬୬ ଖଣ୍ଡ କାଠ ରଥଖଳାକୁ ଆସିବ।

ସମ୍ବନ୍ଧିତ ଖବର