ପୁରୀ : ସମୁଦ୍ରରୁ ୫ ଜଣ ପର୍ଯ୍ୟଟକ ଉଦ୍ଧାର

ପୁରୀ : ଶନିବାର ଦିନ ପୁରୀ ସମୁଦ୍ରରେ ପ୍ରବଳ ଜୁଆର ରହିଥିଲା। ଏହି କାରଣରୁ ‌ସମୁଦ୍ରରେ ଲହଡ଼ିର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା। ୭ ନମ୍ବର ସେକ୍ଟର ରେଣୁକା ଗଳି ସମ୍ମୁଖ ସମୁଦ୍ରରେ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲା ବିଷ୍ଣୁପୁର ଥାନା ଅନ୍ତର୍ଗତ ଦେଉଳି ନିବାସୀ ବିବୋଶେ ଦାସ(୨୩) ଗାଧୋଉଥିବା ବେଳେ ଲହଡ଼ି ମାଡ଼ରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଛି। ସେହିପରି ବର୍ଦ୍ଧମାନ ଜିଲ୍ଲା କାକଭାନ ଥାନା ଅନ୍ତର୍ଗତ ଦୁର୍ଗାପୁରୀ ନିବାସୀ ସତ୍ୟକାନ୍ତ ମିତୟଙ୍କ ପତ୍ନୀ ନାନୁପମା ମିତୟଙ୍କ ଡାହାଣ ଗୋଡ଼, ୯ ନମ୍ବର ସେକ୍ଟର ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ପଶ୍ଚିମବଙ୍ଗର ରାମପ୍ରସାଦ ନାସକର(୪୦), ମହୋଦଧି ହୋଟେଲ ସମ୍ମୁଖ ସମୁଦ୍ରରେ ପଶ୍ଚିମବଙ୍ଗ ବିରଭୂମ୍‌ ଜିଲ୍ଲା ଅନ୍ତର୍ଗତ ରାଜରହାଟ୍‌ ନିବାସୀ କୌଶିକ ଖାନ୍‌(୩୦) ଏବଂ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଦୀପକ ଚୌଧୁରୀ(୨୨) ପ୍ରମୁଖ ଲହଡ଼ି ମାଡ଼ରେ ଗୁରୁତର ଆହତ ହୋଇଥିଲେ। ଦମକଳ ବାହିନୀର ଲାଇଫ୍‌ଗାର୍ଡମାନେ ଏହି ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧିତ ଖବର