ଭୁବନେଶ୍ବର : ଆଜି ରାଜ୍ୟ ସରକାର ମହଙ୍ଗାଭତ୍ତା ୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। େତବେ ଯେଉଁ କର୍ମଚାରୀମାନଙ୍କର ବେତନ ସଂଶୋଧନ ହୋଇପାରିନାହିଁ କିମ୍ବା ଯେଉଁମାନେ ୬ଷ୍ଠ ବେତନ କମିସନଙ୍କ ସୁପାରିସ ହାରରେ ବେତନ ପାଉଛନ୍ତି ସେମାନଙ୍କ ପାଇଁ ଏହା ଲାଗୁ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଆଜି ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେ ବିଜ୍ଞପ୍ତି ପ୍ରକାଶ କରିଛନ୍ତିି। ଏହି ବିଜ୍ଞପ୍ତି ଅନୁଯାୟୀ ଅଣ ସଂଶୋଧିତ ବେତନଧାରୀ କର୍ମଚାରୀମାନେ ଏହି ମହଙ୍ଗାଭତ୍ତା ପାଇବେ। ୨୦୧୮ ଜୁଲାଇ ୧ ତାରିଖରୁ ଏହି ମହଙ୍ଗାଭତ୍ତା ପ୍ରଦାନ କରାଯିବ। ସଂପୃକ୍ତ କର୍ମଚାରୀମାନେ ନଭେମ୍ବର ମାସର ବେତନ ସହିତ ବର୍ଧିତ ମହଙ୍ଗାଭତ୍ତା ପାଇବେ। ଏହା ଦ୍ବାରା ସେମାନଙ୍କର ମହଙ୍ଗାଭତ୍ତା ହାର ୧୪୨ରୁ ୧୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଭତ୍ତା ମୁଖ୍ୟତଃ ବିଶ୍ବବିଦ୍ୟାଳୟ, ବିଭିନ୍ନ ମହାବିଦ୍ୟାଳୟ, ବିଚାର ବିଭାଗୀୟ ପ୍ରଭୃତି ସଂସ୍ଥାର କର୍ମଚାରୀମାନେ ପାଇବେ ବୋଲି ଅର୍ଥ ବିଭାଗ ସୂତ୍ରରୁ ଜଣାଯାଇଛି।