ସାଧାରଣତନ୍ତ୍ର ଦିବସ : ପଦକ ପାଇବେ ୬ ଭିଜିଲାନ୍ସ ଅଧିକାରୀ

କଟକ : ସାଧାରଣତନ୍ତ୍ର ଦିବସ ଅବସରରେ ୭ ଭିଜିଲାନ୍ସ ଅଧିକାରୀ ଭୁବନେଶ୍ବରଠାରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ସମାରୋହରେ ରାଜ୍ୟପାଳଙ୍କଠାରୁ ପଦକ ଗ୍ରହଣ କରିବେ। ୨୦୧୯ ବର୍ଷ ପାଇଁ ଭିଜିଲାନ୍ସ ସେଲ୍‌ ଡିଭିଜନ୍‌ର ଡିଏସ୍‌ପି ସରୋଜ କୁମାର ସାମଲ, ଇନ୍ସପେକ୍ଟର ପ୍ରଣିତା କୁମାରୀ ରାୟଙ୍କୁ ରାଜ୍ୟପାଳ ପଦକ ଦିଆଯିବ। ଏହାବାଦ୍‌ ଉଲ୍ଲେଖନୀୟ ସେବା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସ୍‌ଆଇ ଶିବ ନାରାୟଣ ରଥଙ୍କୁ ରାଷ୍ଟ୍ରପତି ପୁଲିସ ପଦକ, ପ୍ରଶ˚ସନୀୟ ସେବା ନିମନ୍ତେ ଇନ୍ସପେକ୍ଟର ସ୍ମିତାରାଣୀ ମହାନ୍ତି, କନଷ୍ଟେବଳ ସନାତନ ସାହୁ, ପ୍ରଶାନ୍ତ କୁମାର ସାହୁ, ବ୍ରହ୍ମପୁର ଡିଭିଜନ୍‌ର କନଷ୍ଟେବଳ ଦୁର୍ଗା ପ୍ରସାଦ ହୋତାଙ୍କୁ ପୁଲିସ୍‌ ପଦକ ପ୍ରଦାନ କରାଯିବ। ଏହି ସମସ୍ତ ଅଧିକାରୀଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର