ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବ । ଏଥିରେ ୪ଟି ଲୋକସଭା ଆସନା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପପୁର ଓ କୋରାପୁଟ ସହ ୨୮ ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୬ ଜଣ ପ୍ରର୍ଥୀ ପ୍ରତିଦ୍ୱଦ୍ୱିତା କରିବେ । ଏମାନଙ୍କ ମଧ୍ୟରୁ ୨୪ ଜଣ ପୁରୁଷ ୨ ଜଣ ମହିଳା ପାର୍ଥୀ ଅଛନ୍ତି । ନିର୍ବାଚନରେ ପ୍ରତିଦ୍ୱଦ୍ୱିତା କରୁଥିବା ୨୬ ଜଣ ପ୍ରର୍ଥୀଙ୍କ ମଧ୍ୟରୁ ୧୨ ଜଣ ଜାତୀୟ ଦଳ, ୪ଜଣ ଆଞ୍ଚଳିକ ଦଳ, ୭ଜଣ ଅନ୍ୟାନ୍ୟ ଦଳର ହୋଇଥିବା ବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍‌ରେ ୨୯୭୨୯୨୫ ପୁରୁଷ ଭୋଟର, ୩୦୩୦୨୨୨ ମହିଳା ଭୋଟର ଓ ୫୬୦ ଜଣ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ମତଦାନ କରିବେ ।

ସମ୍ବନ୍ଧିତ ଖବର