ବାରିପଦା : ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଶିଶୁ ମୃତ୍ୟୁ

ବାରିପଦା : ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଜଣେ ୭ ବର୍ଷ ବୟସର ବାଳକର ମୃତ ହୋଇଛି । ଦମକଳବାହିନୀ ପହଁଞ୍ଚି ନଦୀ ପାଣିରୁ ବାଳକକୁ ଉଦ୍ଧାର କରି ବାରିପଦା ପିଆରଏମ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିବା ବେଳେ ଡ଼ାକ୍ତର ରିସିଭ ଡେଥ ବୋଲି ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦ ଓ ଶ୍ୟାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ପୋଲର ନିର୍ମାଣ କାର୍ଯ୍ୟର ଅବଧି ସମାପ୍ତି ହୋଇ ସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି । ଉକ୍ତ ନିର୍ମାଣାଧୀଣ ପୋଲ ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ପୋଡ଼ାଅସ୍ତିଆ ଗ୍ରାମର କୃଷ୍ଣ ସିଂଙ୍କ ୭ ବର୍ଷର ପୁଅ ବଳରାମ ସିଂ ଗାଧୋଇବାକୁ ଆସିଥିବା ବେଳେ ପାଣିରେ ବୁଡ଼ିଯାଇଥିଲା । ଖବରପାଇ ଦମକଳ ବାହିନୀ ପହଁଞ୍ଚି ପାଣିରୁବଳରାମକୁ ଉଦ୍ଧାର କରିଥିଲେ ।

ସୂଚନା ଯୋଗ୍ୟ ଯେ, ପୋଲ ନିର୍ମାଣ ସମୟରେ ଠିକାଦାର ପୋଲ ନିକଟରେ ନଦୀ ଗର୍ଭରୁ ବାଲି ଉଠାଇ ବନ୍ଧ ବାନ୍ଧି ଥିଲେ । ଫଳରେ ବୁଢ଼ାବଳଙ୍ଗ ନଦୀରେ ପ୍ରାୟ ଫୁଟେ ୨ ଫୁଟ ପାଣି ରହିଥିବା ବେଳେ ସେଠାରେ ପାଣିର ଗଭୀରତାକୁ ବଳରାମ ଆକଳନ କରିବାରେ ଅସମର୍ଥ ରହିଥିଲା । ନଦୀରେ ଅଳ୍ପ ପାଣି ଥିବାର ଅନୁମାନ କରି ବନ୍ଧ ଉପରୁ ପାଣି ଭିତରକୁ ଡ଼ିଆଁ ମାରିଥିବା ବେଳେ ଗଭୀର ପାଣିରେ ଫଶି ଯାଇଥିଲା ଓ ବାହାରକୁ ଆସିବାରେ ସଫଳ ହୋଇପାରିନଥିବାର ଜଣାପଡ଼ିଛି ।

ସମ୍ବନ୍ଧିତ ଖବର