ଏସ୍‌ସିବିରେ ପୁଣି ୮ ଡେଙ୍ଗୁରୋଗୀ ଚିହ୍ନଟ

କଟକ: ଗତକାଲି କଟକରୁ ୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି କଟକରେ ଚିହ୍ନଟ ହୋଇଛନ୍ତି ୩ ଡେଙ୍ଗୁ ରୋଗୀ। ଆଜି ଏସ୍‌ସିବିରେ ୩୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକର ୩ଜଣ ଥିବାବେଳେ ଖୋର୍ଦ୍ଧାର ୨, ବାଲେଶ୍ୱର, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ମହାନଦୀବିହାର ଓ ବିଭିନ୍ନ ସ୍ଥାନରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ତେବେ ଚଳିତବର୍ଷ ଜାନୁଆରିରୁ ବର୍ତ୍ତମାନ ସୁଦ୍ଧା ୧୯୬୩ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୪୩ଟି ନମୁନାରେ ଡେଙ୍ଗୁ ପଜିଟିଭ୍‌ ବାହାରିଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୮୯ଜଣ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କେନ୍ଦୁଝର ଓ ପୁରୀର ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ସୁଦ୍ଧା ଏସ୍‌ସିବିରେ ୧୯ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଜଣେ ଆଇସିୟୁରେ ଅଛନ୍ତି।

ସମ୍ବନ୍ଧିତ ଖବର