ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୮ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଲା: ବନ୍ୟା ଆଶଙ୍କା ନାହିଁ

ହୀରାକୁଦ: ଗୁରୁବାର ପୂର୍ବାହ୍ନ ୧୧: ୩୦ ରୁ ୧୨: ୧୦ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସମୁଦାୟ ୮ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି।

ଦିନ ବାରଟା ସୁଦ୍ଧା ହୀରାକୁଦ ପଟ ବାମ ସ୍ପିଲ୍‌େଓ୍ଵର ୫ଟି ଏବଂ ବୁର୍ଲା ପଟ ଦକ୍ଷିଣ ସ୍ପିଲ୍‌େଓ୍ଵର ୪ଟି ଗେଟ୍‌ ଦେଇ ୧ ଲକ୍ଷ ୨୫ ହଜାର କ୍ୟୁସେକ୍‌ ପାଣି ମହାନଦୀ ମଧ୍ୟକୁ ନିଷ୍କାସିତ ହେଉଥିଲା।

ମଧ୍ୟାହ୍ନରେ ଜଳ ଭଣ୍ଡାରର ଜଳସ୍ତର ଥିଲା ୬୨୨. ୦୨ ଫୁଟ୍‌ ଜଳ ଥିଲା ଓ ୨୦୯୯୩୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା।

ମଧ୍ୟାହ୍ନ ୧୨ଟା ବେଳକୁ ଖଇରମାଳରେ ୩ ଲକ୍ଷ ୨୫ ହଜାର, ବରମୂଳରେ ୪ ଲକ୍ଷ ୫୪ ହଜାର ଓ ମୁଣ୍ଡଳିରେ ୮ ଲକ୍ଷ ୬ ହଜାର ଜଳ ପ୍ରବାହିତ ହେଉଥିଲା।

ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ନ ଥିବା ଏବଂ ତଳମୁଣ୍ଡରେ ଜଳର ପରିମାଣ ହ୍ରାସ ପାଇଥିବା କାରଣରୁ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ଆଜି ନିଷ୍କାସିତ ଜଳ ଆସନ୍ତା ୪୮ ଘଣ୍ଟା ପରେ ମୁଣ୍ଡଳିରେ ପହଞ୍ଚିବ। ବନ୍ୟାର ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ କହିଛି।

ପର୍ଯ୍ୟାୟକ୍ରମେ ଆଜି ଆଉ ୮ଟି ସ୍ଲୁଇସ୍‌ ଖୋଲାଯିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର