ବୋଲେରୋ ଟ୍ରକରେ ପିଟି ହେବାରୁ ଜଣେ ମୃତ, ଜଣେ ଆହତ

ଆନନ୍ଦପୁର: ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜପଥ-୨୦ର ବରପଦା ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ ଏକ ବୋଲେରୋ ଗାଡ଼ିଏକ ଟ୍ରକରେ ପିଟି ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।ମୃତ ବ୍ୟକ୍ତି ଜଣଙ୍କ ନାମ ହେଉଛି ସିଦ୍ଧାର୍ଥ ପାତ୍ର। ସେ ନିଜେ ଜଣେ ବୋଲେରୋ ଡ୍ରାଇଭର ବୋଲି ଜଣାଯାଇଛି। ତାଙ୍କର ବୟସ ୨୨ ବର୍ଷ ବୋଲି ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ବେଳେ ରାତି ୨ଟା ୩୦ ମିନିଟ୍‌ ସମୟରେ ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ବ୍ୟକ୍ତି ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସ ଆହତ ବ୍ୟକ୍ତିଙ୍କ ନାମ ଦେବେନ୍ଦ୍ର ପାତ୍ର (୨୦) ।ପୁଲିସ୍ ଉଭୟ ଟ୍ରକ୍ ଓ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର