ରାଜଗାଙ୍ଗପୁର: ମାଲ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ନାବାଳକର ମୃତ୍ୟୁ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁନମୁରୁ ଛକ ନିକଟସ୍ଥ ରାଜ୍ୟ ରାଜପଥ ୧୦ ବିଜୁ ଏକ୍ସପ୍ରେସ ୱେରେ ଆଜି ସକାଳ ସାଢେ ୯ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।
ଆଜି ସକାଳେ ଏକ ବାଇକରେ ଯାଉଥିବା ଦୁଇ ଆରୋହୀ ରାସ୍ତାରେ କୌଣସି କାରଣରୁ ତଳେ ପଡ଼ିଯାଇଥିଲେ।ଏହି ସମୟରେ ପଛପଟୁ ଆସୁଥିବା ଏକ ମଲ୍ଟି ଏକ୍ସେଲ ଟ୍ରକ (ଓଡି ୧୬ଜି ୫୬୬୯) ମାଲ ବୋଝେଇ ଟ୍ରକଟି ହଠାତ ବ୍ରେକ ମାରିବା ଯୋଗୁ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା ଏବଂ ଦୁର୍ଭାଗ୍ୟବଶତଃ ମୋଟର ସାଇକେଲର ଜଣେ ଆରୋହୀ ଅମିତ ମାଝୀ(୧୩)ଙ୍କ ଉପରେ ଟ୍ରକ ଡାଲାଟି ପଡ଼ି ଯାଇଥିଲା ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।

ଅନ୍ୟ ଜଣେ ସାଥୀ ଆରୋହୀ ବିପିନ ମାଝୀ (୨୩)ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ମୃତକଜଣଙ୍କ ବଡ଼ଗାଁ ବ୍ଲକ୍ ଅନ୍ତର୍ଗତ ପାମରାର କାଂଶପଡାର ବୋଲି ଜଣାପଡ଼ିଛି । ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ,ସବ ଇନ୍ସପେକ୍ଟର ମୁକୁନ୍ଦ ପାତ୍ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ମୃତକଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।

ସମ୍ବନ୍ଧିତ ଖବର