ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ରାସନ୍‌ ନେଇ ପହଞ୍ଚିଲେ ଅର୍ଚ୍ଚିତା

ଭୁବନେଶ୍ବର : ଲକ୍‌ଡାଉନ୍‌ରେ ବୃଦ୍ଧାଶ୍ରମଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ସ୍ବେଚ୍ଛାସେବୀଙ୍କ ସହାୟତାରେ ଗଢ଼ି ଉଠିଥିବା ବିଭିନ୍ନ ବୃଦ୍ଧାଶ୍ରମ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି। ଏଭଳି ସ୍ଥଳେ ଅଭିନେତ୍ରୀ ଅର୍ଚ୍ଚିତା ଛତିଆଠାରେ ଥିବା ସେବକ ବୃଦ୍ଧାଶ୍ରମକୁ ଯାଇ ସେଠାରେ ସମୟ କଟାଇଛନ୍ତି। ମାନସିକସ୍ତରରେ ଭାଙ୍ଗି ପଡ଼ିଥିବା ବୃଦ୍ଧାବୃଦ୍ଧାମାନଙ୍କ ସହ ଅଧା ଦିନ ବିତାଇବା ସହ ସେମାନଙ୍କ ସଙ୍ଗେ ଖୁସି ମଜା କରିଥିଲେ। ସେଠାରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ଅଧିକାଂଶ ମାନସିକ ବିକାରଗ୍ରସ୍ତ ଥିବା ବେଳେ ସେମାନଙ୍କ ପାଖେ କିଛି କ୍ଷଣ ପାଇଁ ଆପଣାପଣ ବାଣ୍ଟିଥିଲେ। ବୃଦ୍ଧାଶ୍ରମ ପାଇଁ କିଛି ରାସନ ସାମଗ୍ରୀ ସହ ପନିପରିବା ନେଇଥିଲେ। ଅର୍ଚ୍ଚିତା କହିଛନ୍ତି, କରୋନା ଲକ୍‌ଡାଉନ୍‌ ପାଇଁ ଅନେକ ବୃଦ୍ଧାଶ୍ରମ ସଙ୍କଟମୟ ସ୍ଥିତି ଦେଇ ଗତି କରୁଛନ୍ତି। ଏ ସମୟରେ ବଦାନ୍ୟ ବ୍ୟକ୍ତିମାନେ ସେଇ ଆଶ୍ରମଗୁଡ଼ିକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ।

ସମ୍ବନ୍ଧିତ ଖବର