କାର୍ଯ୍ୟ ପରାମର୍ଶଦାତା କମିଟି ଗଠିତ

ସରୋଜ ମେହେରଙ୍କ ଗିରଫ ନେଇ ଗୃହକୁ ଜଣାଇଲେ ବାଚସ୍ପତି

ଭୁବନେଶ୍ବର : ବିଧାନସଭାରେ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଗୃହରେ ଏହି ସୂଚନା ଦେଇଥିଲେ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଧାୟକ ‌େଦବୀ ପ୍ରସାଦ ମିଶ୍ର ସଦସ୍ୟ ଅଛନ୍ତି।

ସରୋଜ ମେହେରଙ୍କ ଗିରଫ ନେଇ ଗୃହକୁ ଜଣାଇଲେ ବାଚସ୍ପତି

ଭୁବନେଶ୍ବର : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍ ଦୁଇ ଦିନ ତଳେ ଗିରଫ କରିଛି। ତାଙ୍କୁ ବଲାଙ୍ଗୀର ପୁଲିସ୍ ଗିରଫ କଲା ବେଳେ ବିଧାନସଭାକୁ ଜିଲ୍ଲା ଏସ୍‌ପି ଗତ ୨୪ ତାରିଖରେ ବିଧିବଦ୍ଧ ଭାବେ ଅବଗତ କରାଇଥିଲେ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର